ଶ୍ରୀନଗର : ଆଜି ସକାଳେ ଜମ୍ମୁ ଓ କଶ୍ମୀରର ବାରମୂଳା ଜିଲ୍ଲା ଅନ୍ତର୍ଗତ ସୋପୋର୍ ଠାରେ ନିରାପତ୍ତା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଏନ୍କାଉଣ୍ଟର୍ ଘଟଣାରେ ଦୁଇଜଣ ଆତଙ୍କବାଦୀ ସଫା ହୋଇଛନ୍ତି। ସେନାର ୨୨ଆର୍ଆର୍, ଜମ୍ମୁ ଓ କଶ୍ମୀର ପୁଲିସ ଏବଂ ସିଆର୍ପିଏଫ୍ର ମିଳିତ ଦଳ ଆତଙ୍କବାଦୀମାନଙ୍କୁ କାବୁ କରିବାକୁ ବୁଧବାର ରାତିରୁ ସମ୍ପୃକ୍ତ ସ୍ଥାନରେ ସର୍ଚ୍ଚ ଅପରେସନ୍ ଅଭିଯାନ ଆରମ୍ଭ କରିଥିଲେ। ସେଠାରେ ଆତଙ୍କବାଦୀମାନେ ଉପସ୍ଥିତ ଥିବା କଥା ସେମାନଙ୍କୁ ବିଶ୍ବସ୍ତସୂତ୍ରରୁ ଖବର ମିଳିଥିଲା। ପ୍ରଥମେ ଆତ୍ମଗୋପନ କରିଥିବା ଆତଙ୍କବାଦୀମାନେ ନିରାପତ୍ତା ବଳଙ୍କ ଉପରକୁ ଗୁଳି ଚଳାଇବାରୁ ସେମାନେ ପାଲଟା ଗୁଳି ଚଳାଇଥିଲେ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।