![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ଶ୍ରୀନଗର ୧୮/୦୭ : ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାକର୍ମୀଙ୍କୁ ଶନିବାର ପୁଣି ସଫଳତା ମିଳିଛି। ଦକ୍ଷିଣ କଶ୍ମୀରର ଶୋପିଆନ୍ ଜିଲାର ଆମ୍ଶିପୋରା ଅଞ୍ଚଳରେ ମିଳିତ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।
![](https://i0.wp.com/kalingajyoti.com/wp-content/uploads/2020/07/hjkmjkgk.jpg?resize=422%2C234&ssl=1)
ଏହି ସର୍ଚ୍ଚ ଅପରେଶନ୍ରେ ୬୨-ଆର୍ଆର୍, ସିଆର୍ପିଏଫ୍ ଏବଂ ଜମ୍ମୁ-କଶ୍ମୀର ପୋଲିସ ଟିମ୍ ମିଳିତ ଭାବେ ଯୋଗଦେଇଛନ୍ତି। ଏବେ ମଧ୍ୟ ୨ରୁ୩ ଜଣ ଆତଙ୍କବାଦୀ ଏକ ଗୁହାଳ ଘରେ ଲୁଚିଥିବା କୁହାଯାଉଛି। ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ୍ ଜାରି ରହିଛି। ସୂଚନାଯୋଗ୍ୟ, ଶୁକ୍ରବାର ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା କଶ୍ମୀର ଜୋନ୍ ପୋଲିସ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।