![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ଭୁବନେଶ୍ୱର ୦୨/୦୯/୨୦୨୧ କଳିଙ୍ଗ ଜ୍ୟୋତି : ଜାତୀୟ ଟିବି ନିରାକରଣ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ବୈଠକ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡ଼ରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ଉପସ୍ଥିତ ରହି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନଶୁଖ ମାଣ୍ଡବ୍ୟ କହିଲେ ଯେ, ବିଗତ ୫ ବର୍ଷ ମଧ୍ୟରେ ଜାତୀୟ ଟିବି ନିରାକରଣ ଯୋଜନା ଜାତୀୟ ଲକ୍ଷ ହାସଲ ଦିଗରେ ଭଲ କାର୍ଯ୍ୟ କରିଛି ।
କାର୍ଯ୍ୟକ୍ରମରେ ଉପସ୍ଥିତ ରହି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କହିଲେ ଯେ, ଟିବି ରୋଗୀ ଚିହ୍ନଟ କ୍ଷେତ୍ରରେ ରାଜ୍ୟ ଉଲ୍ଲେଖନୀୟ ଲକ୍ଷ ହାସଲ କରି ପାରିଛି । ଯାହାକି ପା୍ର ୟ ୭୦% । ନିକ୍ଷୟ ପୋଷଣ ଯୋଜନାରେ ୮୫% ହିତାଧିକାରୀଙ୍କୁ ପୋଷଣିୟ ଖାଦ୍ୟ ପାଇଁ ଅର୍ଥ ଯୋଗାଇ ଦିଆଯାଇଛି। ଏହା ସହିତ ଚିକିତ୍ସାର ସୁଫଳ ପ୍ରାୟ ୮୮% ଅଟେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବଳିଷ୍ଠ ମାର୍ଗ ଦର୍ଶନ ଓ ସମୟ ଉପଯୋଗି ଚିକିତ୍ସାର ପ୍ରଚେଷ୍ଟା ଯୋଗୁଁ ରାଜ୍ୟରେ ଟିବିର ନିରାକରଣ ସମ୍ଭବ ହୋଇପାରିଛି । ‘ଟିବି ହାରେଗା-ଦେଶ ଜିତେଗା’ ବ୍ୟାନରରେ ଆକ୍ରାନ୍ତଙ୍କ ସଂଖ୍ୟା ନିରୂପଣ ନିମନ୍ତେ ପ୍ରଚଳିତ ଯୋଜନାରେ ଘରକୁ ଘର ବୁଲି ଟିବି ରୋଗୀମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ଚକିତ୍ସା ସୁବିଧା ଯୋଗାଇ ଦିଆଯାଇଛି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଏ କ୍ଷେତ୍ରରେ ନିୟମିତ ଭାବେ କାର୍ଯ୍ୟ କରୁଛନ୍ତି। ଏହାର ଫଳ ସ୍ୱରୂପ ଟିବି ନିରାକରଣ କ୍ଷେତ୍ରରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିବା ସହ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଠାରୁ ପୁରସ୍କୃତ ହୋଇଅଛି।
୨୦୨୫ ସୁଦ୍ଧା ଟିବି ନିରାକରଣ ଲକ୍ଷ ପୂରଣ କରିବା ପାଇଁ ପ୍ରତି ବ୍ଲକ୍ ସ୍ତରରେ ଏକ୍ସରେ ବ୍ୟବସ୍ଥା କରାଯିବାର ଆବଶ୍ୟକତା ରହିଛିା ଅତି କମ୍ରେ ୩ଟି ମୋବାଇଲ୍ ଭ୍ୟାନ୍ ପ୍ରଚଳନ ଓ ରୋଗ ନିରୂପଣ ସୁବିଧା ସହ ଅପହଂଚ ଇଲାକାରେ ଟିବି ରୋଗୀ ଚିହ୍ନଟ ସହିତ ଚିକିତ୍ସା ସୁବିଧା ସମ୍ଭବ ହୋଇ ପାରିବ ବୋଲି ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଥିଲେ । ଏହି ଅମସରରେ ବିଭାଗୀୟ ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ଥିଲେ ବୋଲି ସୂଚନା ଅଧିକାରୀ ବିଭୂତି ନାୟକ ପ୍ରେସ ବିଜ୍ଞପ୍ତି ଜରିଆର ପ୍ରକାଶ କରିଛନ୍ତି।