କଟକ ୧୨/୧୦/୨୦୨୧ କଳିଙ୍ଗ ଜ୍ୟୋତି: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଅକ୍ଟୋବର ୮ରେ ଖୋର୍ଦ୍ଧା ଅତିରିକ୍ତ ଦୌରା ଜଜ୍ ଅଦାଲତରେ ଜାମିନ ଖାରଜ ହେବା ପରେ ଏହି ନିର୍ଦ୍ଦେଶ ବିରୋଧରେ ଶ୍ରୀ ଜଗଦ୍ଦେବ ହାଇକୋର୍ଟରେ ଆବେଦନ କରିଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ବିଜେପି ବାଲୁଗାଁ ମଣ୍ଡଳ ସଭାପତି ଓ ତାଙ୍କ ସମର୍ଥକଙ୍କୁ ଗାଳି ଗୁଲଜ କରିବା ସହ ଆକ୍ରମଣ ଅଭିଯୋଗ ନେଇ ଚିଲିକା ବିଧାୟକ ଶ୍ରୀ ଜଗଦ୍ଦେବଙ୍କ ବିରୋଧରେ ବାଲୁଗାଁ ଥାନାରେ ଆଇପିସିର ଦଫା ୩୪୧, ୨୯୪, ୩୨୩, ୫୦୬, ୩୪ ସହିତ ଏସସି ଆଣ୍ଡ ଏସଟି(ପିଏ) ଆଇନର ଧାରା ୩(୧)(ଆର)(ଏସ)ରେ ଏତଲା ରୁଜୁ ହୋଇଥିଲା। ଏହାପରେ ଗିରଫଦାରୀ ଏଡ଼ାଇବା ପାଇଁ ଶ୍ରୀ ଜଗଦ୍ଦେବ ହାଇକୋର୍ଟରେ ଦାୟର କରିଥିବା ଆଗୁଆ ଜାମିନ ଆବେଦନ ଅକ୍ଟୋବର ୫ରେ ଅଗ୍ରାହ୍ୟ ହୋଇଥିଲା।