ଭୁବନେଶ୍ବର ୧୩/୦୬/୨୦୨୧ କଳିଙ୍ଗ ଜ୍ଯୋତି : କେବେ ମାଟ୍ରିକ୍ ଫଳାଫଳ ପ୍ରକାଶ ପାଇବ ସେ ନେଇ ପରୀକ୍ଷାର୍ଥୀଙ୍କ ମନରେ ଯେଉଁ ଉତ୍ସୁକତା ରହିଥିଲା। ଏବେ ତାହା ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି। ଚଳିତ ଜୁନ୍ ମାସ ଶେଷ ସୁଦ୍ଧା ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ରହିଛି। ଆଜି ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ସୂଚନା ଦେଇଛନ୍ତି।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ମାଟ୍ରିକ ମୂଲ୍ୟାୟନ କାର୍ଯ୍ୟ ସଠିକ୍ ଭାବେ କରାଯାଉଛି। ନିର୍ଦ୍ଧାରିତ ସମୟରେ ରେଜଲ୍ଟ ପ୍ରକାଶ ପାଇଁ ଚେଷ୍ଟା କରାଯାଉଛି ।
ସେପଟେ ସ୍କୁଲ ଖୋଲାଯିବା ଉଚିତ୍ କି ନାହିଁ ସେ ବାବଦରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ସମୀରରଞ୍ଜନ ଦାଶ। ସେ କହିଛନ୍ତି, ଏବେ ସ୍କୁଲ ଖୋଲିବା ସମ୍ପର୍କରେ କହିବା ସମ୍ଭବ ନୁହେଁ। ବିଶେଷଜ୍ଞ ଓ ମୁଖ୍ୟମନ୍ତ୍ରୀ ସ୍କୁଲ ଖୋଲିବା ନିଷ୍ପତ୍ତି ନେବେ। ଆସନ୍ତା ୧୭ରୁ ୟୁଟ୍ୟୁବରେ ନବମ ଓ ଦଶମ ପିଲାଙ୍କୁ ଶାକ୍ଷାଦାନ ଦିଆଯିବ। ସବୁ ଜିଲ୍ଲାର ଡିଇଓମାନଙ୍କୁ ବିଷୟ ସ୍ଥିର କରିବାକୁ କୁହାଯାଇଛି। ଆସନ୍ତା ୧୮ ତାରିଖରେ ଏନେଇ ୩୦ ଜିଲ୍ଲାର ଡିଇଓଙ୍କ ସହ ବୈଠକ ବସିବ।