
କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୨୫/୦୬ : ଜୁଲାଇ ୩୧ ତାରିଖ ପରେ ସ୍କୁଲ ଖୋଲିବା ନେଇ ନିଆଯିବ ନିଷ୍ପତ୍ତି ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଏନେଇ ଏକ୍ସପର୍ଟ କମିଟି ହୋଇଛି ୧୦ ଦିନ ମଧ୍ୟରେ ଏନେଇ ରିପୋର୍ଟ ଆସିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ସେହିପରି ଯୁକ୍ତ ଦୁଇର ବାକି ଥିବା ପରୀକ୍ଷା ନେଇ ମଧ୍ୟ ଏଯାଏ କୌଣସି ନିଷ୍ପତ୍ତି ନିଆଯାଇନି । ରାଜ୍ୟରେ ୬୦ ଲକ୍ଷ ପିଲାଙ୍କ ମଧ୍ୟରୁ ୨୨ ଲକ୍ଷ ଅନ୍ଲାଇନ୍କୁ ଆସିଛନ୍ତି । ଅନ୍ଲାଇନରେ ପିଲା ବିଭିନ୍ନ ଟପିକ୍ର କୋର୍ସ ଆଧାରରେ ପଢିବେ । ଏନେଇ ମଧ୍ୟ ଗୁରୁତ୍ବ ଦିଆଯିବ ।
