![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
![](https://i0.wp.com/kalingajyoti.com/wp-content/uploads/2020/06/ri7vcr-yiv.jpg?resize=503%2C216)
କଳିଙ୍ଗ ଜ୍ୟୋତି ବ୍ୟୁରୋ ପୁରୀ ୩୦/୦୬:ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଖାତାଦେଖା ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଜୁନ ୩୦ରେ ଖାତାଦେଖା ଶେଷ ହେବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି। ବର୍ତ୍ତମାନ ସ୍ଥିତିରେ ଅଧିକାଂଶ ମୂଲ୍ୟାୟନ କେନ୍ଦ୍ରରୁ ପରୀକ୍ଷା ଖାତା ଫେରି ଆସିଲାଣି। ଆଉ ଅଳ୍ପ କିଛି ନିର୍ଦ୍ଦିଷ୍ଟ ପରୀକ୍ଷା କେନ୍ଦ୍ରରେ ମୂଲ୍ୟାୟନ ଚାଲିଛି। ୩୦ ତାରିଖ ସୁଦ୍ଧା ମୂଲ୍ୟାୟନ ଶେଷ କରିବାକୁ ପ୍ରଚେଷ୍ଟା କରାଯାଉଥିବା ସେ କହିଛନ୍ତି।
![](https://kalingajyoti.com/wp-content/uploads/2020/06/ouyhi.png)
ଆବଶ୍ୟକ ପଡ଼ିଲେ ଗୋଟିଏ ଦିନ ଅଧିକ ମହଲତ ନିଆଯିବ। ଏହାଛଡ଼ା ସମସ୍ତ ଉତ୍ତରଖାତା ବୋର୍ଡ କାର୍ଯ୍ୟାଳୟକୁ ଫେରାଇ ଆଣିବା ପରେ ଫଳାଫଳ ୱେବସାଇଟ୍ରେ ଅପଲୋଡ଼ କରାଯିବ। ଫଳାଫଳ କେବେ ପ୍ରକାଶ ପାଇବ, ତାହା ଜୁଲାଇ ୧୫ ସୁଦ୍ଧା ସ୍ପଷ୍ଟ ହୋଇଯିବ ବୋଲି ହାଜରା ସୂଚନା ଦେଇଛନ୍ତି। ଜୁଲାଇ ଶେଷ ସପ୍ତାହରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବୋର୍ଡର ଜଣେ ଅଧିକାରୀ କହିଛନ୍ତି।