ରାଞ୍ଚି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିରୋଧରେ ଜଣେ ମଡ଼େଲ ଆଣିଛନ୍ତି ଦୁଷ୍କର୍ମ ଅଭିଯୋଗ । ଏ ସମ୍ପର୍କରେ ସମ୍ପୃକ୍ତ ମହିଳା ଜାତୀୟ ମହିଳା ଆୟୋଗରେ ଅଭିଯୋଗ କରିଛନ୍ତି । ମହିଳା ଆୟୋଗ ଏହି ଅଭିଯୋଗକୁ ଗ୍ରହଣ କରି ମହାରାଷ୍ଟ୍ର ପୁଲିସ ମହାନିର୍ଦେଶକଙ୍କଠାରୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ସୋରେନଙ୍କ ବ୍ୟତୀତ ସୁରେଶ ନାଗ୍ରେ ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ସମ୍ପୃକ୍ତ ମଡ଼େଲ ।
ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସମ୍ପୃକ୍ତ ମହିଳାଙ୍କୁ ୨୦୧୩ରେ ବଳାତ୍କାର କରିଥିବା ଅଭିଯୋଗ କରିଛନ୍ତି। ଏହା ସହିତ ଅନ୍ୟ ଜଣେ ସୁରେଶ ନାଗ୍ରେ ମଧ୍ୟ ବଳାତ୍କାର ଅଭିଯୋଗ ଆଣିଛନ୍ତି। ଏହି ମଡେଲ କେବଳ ବଳାତ୍କାର ଅଭିଯୋଗ କରିନାହିଁ ବରଂ ସର୍ବସାଧାରଣରେ ଏହି ଘଟଣା ବିଷୟରେ କହିଥିବାରୁ ଖରାପ ପରିଣାମର ସମ୍ମୁଖୀନ ହେବାକୁ ମଧ୍ୟ ଧମକ ଦିଆଯାଇଛି । ଏ ସମ୍ପର୍କରେ ସେତେବେଳେ ସେ ଅଭିଯୋଗ କରିଥିଲେ ହେ ମହାରାଷ୍ଟ୍ର ପୁଲିସ କୌଣସି ପଦକ୍ଷେପ ନେଇ ନ ଥିବା ସମ୍ପୃକ୍ତ ମଡ଼େଲ ନିଜ ଅଭିଯୋଗରେ ଦର୍ଶାଇଛନ୍ତି ।