ନୂଆଦିଲ୍ଲୀ ୦୨/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଡିଜିଟାଲ ପେମେଣ୍ଟ ପାଇଁ ଇଲେକ୍ଟ୍ରୋନିକ୍ ଭାଉଚର ଈ-ରୂପିକୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୋମବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାକୁ ଲଞ୍ଚ କରିଛନ୍ତି ପ୍ରଧାନମନ୍ତ୍ରୀ। ଆର୍ଥିକ ସେବା ବିଭାଗ, ସ୍ୱାସ୍ଥ୍ୟ ଓ କଲ୍ୟାଣ ମନ୍ତ୍ରାଳୟ ଓ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣର ସହଯୋଗରେ ନ୍ୟାସନାଲ ପେମେଣ୍ଟ କୋର୍ପୋରେସନ୍ ଅଫ୍ ଇଣ୍ଡିଆ(NPCI) ନିଜର ୟୁପିଆଇ ପ୍ଲାଟଫର୍ମରେ ଏହି ଈ-ରୂପିକୁ ବିକଶତି କରିଛି।
ଏହି ଅବସରରେ ମୋଦି କହିଛନ୍ତି ” ଦେଶର ଡିଜିଟାଲ ଶାସନ ବ୍ୟବସ୍ଥା ଆଜି ଦେଶକୁ ଏକ ନୂଆ ଦିଗ ଦେଇଛି। ଆଉ ଏହି ଇ-ରୁପୀ ଭାଉଚର ଡିଜିଟାଲ ବେନିଫିଟ୍ ଟ୍ରାନ୍ସଫର ବ୍ୟବସ୍ଥାକୁ ଆହୁରି ମଜଭୁତ କରିବାକୁ ବଡ଼ ଭୂମିକା ନିର୍ବାହ କରିବ।”
e-RUPI ହେଉଛି ଏକ ବ୍ୟକ୍ତି-ନିର୍ଦ୍ଦିଷ୍ଟ ଏବଂ ଉଦ୍ଦେଶ୍ୟ-ନିର୍ଦ୍ଦିଷ୍ଟ ଦେୟ ପ୍ରଣାଳୀ, ଯାହା ସେବା ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ସୁବିଧା ପ୍ରଦାନ କରିବ ଓ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ। e-RUPI ସେବା ସମ୍ପର୍କରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଜାରି କରାଯାଇଥିବା ସୂଚନା ଅନୁସାରେ, ଡିଜିଟାଲ୍ ପେମେଣ୍ଟ e-RUPI ହେଉଛି ଏକ କ୍ୟାସ୍ଲ୍ୟାସ୍ ଓ କଣ୍ଚାକ୍ଟଲେସ୍ ସାଧନ। ଏହା କ୍ୟୁଆର୍ କୋଡ୍ ଏବଂ ଏସ୍ଏମ୍ଏସ୍ ସମ୍ବଳିତ ଏକ ଇ-ଭାଉଚର। ଯାହାଦ୍ୱାରା ଲାଭାର୍ଥୀଙ୍କ ମୋବାଇଲ୍ ଫୋନ୍କୁ ପେମେଣ୍ଟ କରାଯାଇ ପାରିବ।
ଏଥିରେ ଥିବା କ୍ୟୁଆର୍ କୋଡ୍କୁ ସ୍କାନ କରିବା ମାତ୍ରେ ଲାଭାର୍ଥୀଙ୍କ ପାଖକୁ ଏକ କୋଡ୍ ଆସିବ। ଏହି କୋଡ କହିବା ପରେ କୋଡ୍ REEDEM ହେବା ସହିତ ଟଙ୍କା ପୈଠ ହୋଇଯାଏ। ପ୍ରାଥମିକ ପର୍ଯ୍ୟାୟରେ e-RUPକୁ ସ୍ୱାସ୍ଥ୍ୟ ଦିଗରେ ବ୍ୟବହାର କରାଯାଉଛି। କିନ୍ତୁ ସମୟ ଅନୁସାରେ ଏଥିରେ ଆହୁରି ଅନେକ ନୂଆ ନୂଆ ଫିଚର ଯୋଡ଼ାଯାଇପାରିବ।