![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ନୂଆଦିଲ୍ଲୀ: ଆଧାର କାର୍ଡ ପରି ଭୋଟର ଫଟୋ ପରିଚୟ ପତ୍ର (ଇପିଆଇସି)ଖୁବ୍ଶୀଘ୍ର ଡିଜିଟାଲ ରୂପ ନେବାକୁ ଯାଉଛି। ଡିଜିଟାଲ ରୂପ ନେବା ପରେ ଜଣେ ଭୋଟର ନିଜର ପରିଚୟପତ୍ରକୁ ଡାଉନଲୋଡ କରିପାରିବେ। ଏହାଦ୍ବାରା ଡିଜିଟାଲ ଭର୍ସନରେ ମତଦାନ କରିବାର ସୁବିଧା ହୋଇପାରିବ। ରିପୋର୍ଟ ଅନୁଯାୟୀ ଆସନ୍ତା ବର୍ଷ ୫ଟି ରାଜ୍ୟରେ ନିର୍ବାଚନ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ ଏହି ଡିଜିଟାଲ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ନୂଆ ଭୋଟରମାନେ ଏହି ସୁବିଧା ଆପେଆପେ ପାଇବେ। ଯେଉଁମାନେ ପୂର୍ବରୁ ପଞ୍ଜୀକୃତ ହୋଇଛନ୍ତି ସେମାନେ ଭୋଟର ହେଲପ୍ ଲାଇନ ଆପ୍ ମାଧ୍ୟମରେ କେତେକ ପ୍ରକ୍ରିୟା ପୂରଣ କରିବାକୁ ପଡିବ।