କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୯/୦୭: ସରକାର ଦେଶରେ ଖୁବଶୀଘ୍ର ଏକ ଡାଟା ବା ତଥ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ଏବଂ ସଂସଦର ଏକ ସିଲେକ୍ଟ କମିଟି ଏ ସଂପର୍କରେ ପରୀକ୍ଷା ନିରୀକ୍ଷା କରୁଛି। ଡାଟା ବା ତଥ୍ୟ ର ସାର୍ବଭୌମତ୍ୱ ଉପରେ ସରକାର କେବେ ବି ସାଲିସ୍ କରିବେ ନାହିଁ ବୋଲି ଆଇନ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି। ଭାରତ କେବେ ବି ତଥ୍ୟ ସାମ୍ରାଜ୍ୟବାଦକୁ ବରଦାସ୍ତ କରିବ ନାହିଁ, ନାଗରିକମାନଙ୍କର ତଥ୍ୟ ସମୁଦାୟ ଓ ଦେଶର ବୋଲି ସେ ସ୍ପଷ୍ଟ କରିଛନ୍ତି।
ତାଙ୍କ ପିତା ଠାକୁର ପ୍ରସାଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ ଏକ ସମାରୋହକୁ ଭର୍ଚୁଆଲ୍ ସମ୍ବୋଧନ କରି ସେ କହିଛନ୍ତି, କରୋନା ଭୂତାଣୁ ଜନିତ ମହାମାରୀ, କାର୍ଯ୍ୟ ସଂସ୍କୃତିରେ ପରିବର୍ତ୍ତନ ଆଣିଦେଇଛି।
ଯେବେଠାରୁ ଭାରତୀୟ ଅଦାଲତଗୁଡ଼ିକରେ ଭର୍ଚୁଆଲ ଶୁଣାଣି ଆରମ୍ଭ ହୋଇଛି, ସେହି ସମୟ ମଧ୍ୟରେ ଉଚ୍ଚ ନ୍ୟାୟାଳୟଗୁଡ଼ିକ ୭୫ ହଜାରରୁ ଅଧିକ ମାମଲାର ବିଚାର କରିଛନ୍ତି। ସେହିପରି ନିମ୍ନ ଅଦାଲତଗୁଡ଼ିକରେ ୭ଲକ୍ଷ ୩୪ ହଜାରରୁ ଅଧିକ ମାମଲାର ଶୁଣାଣି ହୋଇଥିବା ବେଳେ ସୁପ୍ରିମକୋର୍ଟ ୭ ହଜାର ୮୦୦ ମାମଲାର ଶୁଣାଣି କରିଛନ୍ତି। ଡିଜିଟାଲ୍ ବିତରଣ ସେବା ଦେଶକୁ ସଶକ୍ତ କରୁଥିବାବେଳେ ଡାଟାର ଗୋପନୀୟତାକୁ ନେଇ ସେ ସମସ୍ତଙ୍କୁ ସତର୍କ କରାଇ ଦେଇଛନ୍ତି।