ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି : ଗତ ୨୪ ଘଣ୍ଟା ମଧ୍ୟରେ ୩୭ ହଜାର୧୪୮ ନୂଆ ଆକ୍ରାନ୍ତ ଚିହ୍ନଟ, ୫୮୭ ଆକ୍ରାନ୍ତ ମୃତ
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୧/୦୭ : ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି। ଦିନକୁ ଦିନ ଏହା ଅଣାୟତ ହୋଇ ଚାଲିଛି । ପ୍ରତିଦିନ ହୁ ହୁ ହୋଇ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଏହାରି ମଧ୍ୟରେ ଦେଶରେ ୨୮ ହଜାର ଟପିଛି କରୋନା ମୃତ୍ୟୁ ସଂଖ୍ୟା। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ, ଆଜି ମଧ୍ୟ ଦେଶରେ ୩୭,୧୪୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୫୫,୧୯୧ କୁ ବୃଦ୍ଧି ପାଇଛି ଏବଂ ୪,୦୨,୫୨୯ ଜଣ ସକ୍ରୀୟ ଆକ୍ରାନ୍ତ ଥିବା ବେଳେ ୭,୨୪,୫୭୮ ଜଣ ଆରୋଗ୍ୟ ହୋଇ ସାରିଲେଣି । ଗତ ୨୪ ଘଣ୍ଟାରେ ୫୮୭ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୨୮୦୮୪ କୁ ବୃଦ୍ଧି ପାଇଛି।
ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୬୯୬ ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୫୮ ଜଣ, ବିହାରରେ ୨୧୭ ଜଣ , ଚଣ୍ଡିଗଡ଼ରେ ୧୨ ଜଣ, ଛତିଶଗଡ଼ରେ ୨୫ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ ଜଣ, ଦିଲ୍ଲୀରେ ୩୬୬୩ ଜଣ, ଗୋଆରେ ୨୩ ଜଣ, ଗୁଜରାଟରେ ୨୧୬୨ ଜଣ, ହରିୟାଣାରେ ୩୫୫ ଜଣ, ହିମାଚଳ ପ୍ରଦେଶରେ ୧୧ ଜଣ, ଜମ୍ମୁ ଓ କଶ୍ମୀରରେ ୨୫୪ ଜଣ , ଝାଡ଼ଖଣ୍ଡରେ ୫୩ ଜଣ, କର୍ଣ୍ଣାଟକରେ ୧୪୦୩ ଜଣ, କେରଳରେ ୪୩ ଜଣ, ଲଦାଖରେ ୨ ଜଣ, ମଧ୍ୟପ୍ରଦେଶରେ ୭୩୮ ଜଣ, ମହାରାଷ୍ଟ୍ରରେ ୧୨୦୩୦ ଜଣ, ମେଘାଳୟରେ ୪ ଜଣ, ଓଡ଼ିଶାରେ ୯୭ ଜଣ, ପୁଦ୍ଦୁଚେରୀରେ ୨୯ ଜଣ, ପଞ୍ଜାବରେ ୨୬୨ ଜଣ, ରାଜସ୍ଥାନରେ ୫୬୮ ଜଣ, ତାମିଲନାଡୁରେ ୨୫୫୧ ଜଣ, ତେଲେଙ୍ଗାନାରେ ୪୨୨ ଜଣ, ତ୍ରିପୁରାରେ ୭ ଜଣ, ଉତ୍ତରାଖଣ୍ଡରେ ୫୫ ଜଣ, ଉତ୍ତରପ୍ରଦେଶରେ ୧୧୯୨ ଜଣ ଏବଂ ପଶ୍ଚମବଙ୍ଗରେ ୧୧୪୭ ଜଣ ।
ଦେଶରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧୧ଲକ୍ଷ ୫୫ହଜାର ୧୯୧ ରହିଛି। ସେଥିମଧ୍ୟରୁ ୪ ଲକ୍ଷ ୨ହଜାର ୫୨୯ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବାବେଳେ ୭ଲକ୍ଷ ୨୪ହଜାର ୫୭୭ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ମହାରାଷ୍ଟ୍ରରରୁ ସର୍ବାଧିକ ୩ଲକ୍ଷ ୧୮ହଜାର ୬୯୫ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୨ହଜାର ୩୦ଜଣ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି ।