![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ଭୁବନେଶ୍ବର / କଟକ, (କଳିଙ୍ଗ ଜ୍ୟୋତି), ୦୬/୦୭ : ଆଜି ଭୁବନେଶ୍ବରରୁ ୧୭ ପଜିଟିଭ୍ ଏବଂ କଟକ ମହାନଗର ଅଞ୍ଚଳରୁ ୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ବର ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ ଲୋକାଲ୍ କେସ୍ ଥିବାବେଳେ ୫ ଜଣ ହୋମ୍ କ୍ବାରେଣ୍ଟାଇନ୍ ଓ ଦୁଇ ଜଣ କୋଭିଡ୍ ଯୋଦ୍ଧା ପଜିଟିଭ୍ ଚିହ୍ନଟ ହୋଇଥିବାର ସୂଚନା ଦେଇଛି ବିଏମ୍ସି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ କୋଭିଡ୍ ଯୋଦ୍ଧା ରହିଛନ୍ତି । ଦୁହେଁ ଏକ ଘରୋଇ କୋଭିଡ୍ ହସ୍ପିଟାଲର ପୁରୁଷ କର୍ମଚାରୀ ବୋଲି ସୂଚନା ରହିଛି । ଦୁହିଁଙ୍କ ବୟସ ଯଥାକ୍ରମେ ୨୬ ଓ ୩୫ ବର୍ଷ ବୋଲି ସୂଚନା ରହିଛି । ୧୦ ଲୋକାଲ୍ କେସ୍ ମଧ୍ୟରୁ ଡୁମୁଡୁମା ରଘୁନାଥ ନଗର ବସ୍ତିରୁ ଦୁଇଜଣ ଚିହ୍ନଟ ହୋଇଛନ୍ତ । ଏହି ଦୁଇଜଣଙ୍କ ମଧ୍ୟରେ ଜଣେ ୪୦ ବର୍ଷୀୟା ମହିଳାଥିବାବେଳେ ଅନ୍ୟ ଜଣେ ୩୦ ବର୍ଷୀୟ ପୁରୁଷ । ସେହିପରି ପଟିଆ ଗ୍ରାମ ଜଗନ୍ନାଥ ମନ୍ଦିର ନିକଟରୁ ଜଣେ ୬୩ ବର୍ଷୀୟ ପୁରୁଷ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜଣେ ବିଜେବି ନଗର ପାଟିଟାଙ୍କି ବସ୍ତିରୁ ୨୩ ବର୍ଷୀୟ ଯୁବକ ବୋଲି ଜଣାପଡିଛି । ସେହିପରି ଶତାବ୍ଦୀ ନଗର ଲେନ୍ – 1 ରୁ ଜଣେ ୨୯ ବର୍ଷୀୟା ଯୁବତୀ ଥିବାବେଳେ ଚକେଇସିଆଣି ମଙ୍ଗଳା ମନ୍ଦିର ନିକଟରୁ ୬୭ବର୍ଷୀୟ ପୁରୁଷ ଚିହ୍ନଟ ହୋଇଛନ୍ତି । ଆଜି ଲୋକାଲ୍ କେସ୍ରେ ଜଣେ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୩୨ ବର୍ଷୀୟା ମହିଳା ଚିହ୍ନଟ ହୋଇଥିବାବେଳେ ସେଣ୍ଟ୍ରାଲ୍ ସରକାରୀ ହସ୍ପିଟାଲରୁ ୨ ଜଣ ପୁରୁଷ କର୍ମଚାରୀ ଚିହ୍ନଟ ହୋଇଛନ୍ତି । ଦୁହିଁଙ୍କ ବୟସ ଯଥାକ୍ରମେ ୨୨ ଓ ୨୬ ବର୍ଷ ବୋଲି ସୂଚନା ରହିଛି।
![](https://i0.wp.com/kalingajyoti.com/wp-content/uploads/2020/07/bmc-tweet-954x1024.jpg?resize=954%2C1024)
ସେହିପରି ହୋମ୍ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ୫ ଜଣଙ୍କ ମଧ୍ୟରେ ଜୟଦେବ ବିହାରରୁ ଜଣେ ୨୫ ବର୍ଷୀୟ ଯୁବକ ଥିବାବେଳେ ପଟିଆ, ବିଗ୍ବିଜାରନିକଟରୁ ଦୁଇଜଣ ରହିଛନ୍ତି । ଏହି ଦୁଇଜଣଙ୍କ ମଧ୍ୟରେ ଜଣେ ୬୫ ବର୍ଷୀୟା ମହିଳା ଥିବାବେଳେ ଆଉ ଜଣେ ୩ ବର୍ଷର ବାଳକ ବୋଲି ସୂଚନା ରହିଛି । ସେହିପରି ହୋମ୍ କ୍ବାରେଣ୍ଟାଇନ୍ରୁ ଚନ୍ଦ୍ରଶେଖରପୁର ର ଜଣେ ୨୨ ବର୍ଷୀୟା ଯୁବତୀ ଥିବାବେଳେ ଅନ୍ୟ ଜଣେ ଚାରି ନମ୍ବର ଏମଏଲ୍କଲୋନୀରୁ ୩୨ ବର୍ଷୀୟ ଯୁବକ ରହିଛନ୍ତି । ସେହିପରି ଆଜି ଭୁବନେଶ୍ବରରୁ ୪ ଜଣ ସୁସ୍ଥ ହୋଇଛନ୍ତି । ନୂତନ ୧୭ ପଜିଟିଭ୍ ଚିହ୍ନଟ ପରେ ଭୁବନେଶ୍ବରରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪୫୦ କୁ ବୃଦ୍ଧି ହୋଇଛି । ସେହିପରି ଭୁବନେଶ୍ବରରୁ କରୋନା ଯୋଗୁଁ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୭୪ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ଭୁବନେଶ୍ବରରେ ୧୬୯ଟି ସକ୍ରିୟ ମାମଲା ରହିଛି।
![](https://kalingajyoti.com/wp-content/uploads/2020/07/bmc-1024x1024.jpg)
ସେହିପରି କଟକ ମହାନଗରରୁ ଆଜି ପୁଣି ୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ କଟକ ମହାନଗର ନିଗମ(ସିଏମସି) ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ୩ କରୋନା ପଜିଟିଭ୍ ଚିହ୍ନଟଙ୍କ ମଧ୍ୟରୁ ଜଣେ ପେଡ୍ କ୍ବାରାଣ୍ଟିନ୍ରେ ଥିବା ବେଳେ ଜଣେ ଘରୋଇ ସଙ୍ଗରୋଧରେ ଥିଲେ। ଅନ୍ୟ ଜଣେ ସ୍ଥାନୀୟ ସଂକ୍ରମିତ ବୋଲି ସୂଚନା ଦିଆଯାଇଛି।
![](https://i0.wp.com/kalingajyoti.com/wp-content/uploads/2020/07/cmc-tweet.jpg?resize=720%2C502)
ଏମାନଙ୍କ ଭିତରୁ ମାଣିକଘୋଷ ବଜାରର ଜଣେ ୫୯ ବର୍ଷିୟ ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି। ଘରୋଇ ସଙ୍ଗରୋଧରେ ଥିଲେ। ପଶ୍ଚିମବଙ୍ଗ ଫେରନ୍ତା ୬୨ ବର୍ଷିୟ ଜଣେ ବୃଦ୍ଧ ପେଡ୍ କ୍ବାରାଣ୍ଟିନରେ ଥିବା ବେଳେ ପଜିଟିଭ ଚିହ୍ନଟ ହୋଇଛନ୍ତି। କଟକର ଏକ ଘରୋଇ ନର୍ସିଂହୋମର ଜଣେ ୫୮ ବର୍ଷିୟ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ଜଣେ ସ୍ଥାନୀୟ ସଂକ୍ରମିତ ବୋଲି ଜଣାଯାଇଛି। କଟକ ମହାନଗର ନିଗମ ଅଞ୍ଚଳରେ ଏଯାବତ୍ ମୋଟ୍ ୧୯୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୨ ଜଣ ସୁସ୍ଥ ହୋଇ ସାରି ଘରକୁ ଫେରିଲେଣି। ୧୬୯ଜଣ ସକ୍ରିୟ ସଂକ୍ରମିତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ କରୋନାରେ ୨ ଜଣଙ୍କ ମୃତ୍ୟୁ ହୋଇଛି।
ଅପରପକ୍ଷରେ କଟକର ଏସସିବି, ସିଟି ହସ୍ପିଟାଲ୍, ଶିଶୁଭବନ ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲକୁ ଅତି ଜରୁରୀ ନଥିଲେ ନ ଯିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ସଟଡାଉନ ସମୟ ସୀମା ମଧ୍ୟରେ ସଂକ୍ରମଣ ଚେନ ଭାଙ୍ଗିବାକୁ ବୋଲି ଜିଲ୍ଲାପାଳ କହିଛନ୍ତି । ୮ ତାରିଖ ଯାଏଁ ସଟଡାଉନ ଘୋଷଣା କରାଯାଇଛି ।
![](https://kalingajyoti.com/wp-content/uploads/2020/07/cmc-2.jpg)
କୋଭିଡ କଟକଣା ଭିତରେ ବିଭିନ୍ନ ଛକ ସ୍ଥାନ ଗୁଡିକରେ ପୁଲିସ କଡ଼ା ପାଟ୍ରୋଲିଂ କରୁଛି । ମହାନଗର ନିଗମରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ବଢ଼ି ଚାଲିଥିବାବେଳେ ହଟ୍ସ୍ପଟ୍ ଜିଲ୍ଲା ଓ ବ୍ଲକ୍ରୁ ସିଏମସି ଅଞ୍ଚଳକୁ ଆସୁଥିବା ଲୋକଙ୍କୁ କ୍ବାରାଣ୍ଟିନ୍ରେ ରହିବା ବାଧ୍ୟତାମୂଳକ କରାଯାଇଛି। ମହାନଗର ନିଗମ ଅଞ୍ଚଳକୁ ବିଭିନ୍ନ କାମରେ ଗଞ୍ଜାମ, ଖୋର୍ଦ୍ଧା, ଯାଜପୁର, ଗଜପତି, ବାଲେଶ୍ବର ଜିଲ୍ଲା ସହିତ କଟକ ଜିଲ୍ଲାର ମାହାଙ୍ଗା, ନରସିଂହପୁର, ନିଶ୍ଚିନ୍ତକୋଇଲି, ବଡ଼ମ୍ବା ଓ ତିଗିରିଆ ବ୍ଲକ୍ ପରି ହଟ୍ସ୍ପଟ୍ ଅଞ୍ଚଳରୁ ଆସୁଥିବା ଲୋକଙ୍କୁ ୧୪ ଦିନ ପାଇଁ କ୍ବାରାଣ୍ଟିନ୍ରେ ରହିବାକୁ କୁହାଯାଇଛି