ଭବାନୀପାଟଣା, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୭/୦୭ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡ ନମ୍ବର ତିନି ଓ ସାତ ରେ ଦୁଇଜଣ କରୋନା ସଂକ୍ରମିତ ହେବାପରେ ଜନସାଧାରଣରେ ଆତଙ୍କ ଦେଖାଦେଇଛି। ଗତ କାଲି ଜଣେ ଦିଲ୍ଲୀ ଫେରନ୍ତା ଯୁବକ ଗୃହ ସଂଘରୋଧରେ ଥିବା ବେଳେ ସ୍ୱାବ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା।
ସେହିପରି ଅନ୍ୟଜଣେ ଯୁବକ ପୁର୍ବରୁ ଜିଲ୍ଲାରେ ସଂକ୍ରମିତଙ୍କ ଜରିଆରେ ସଂସ୍ପର୍ଶରେରେ ଆସି ସଂକ୍ରମିତ ହୋଇଥିବା ଜଣାପଡିଛି।
ସେମାନଙ୍କୁ ଭବାନୀପାଟଣା କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ତାଙ୍କ ପରିବାର ବର୍ଗକୁ ସଂଘରୋଧରେ ରଖାଯାଇଛି।
ଏନଏସି ପକ୍ଷରୁ ୱାର୍ଡ ନମ୍ବର ସାତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ବେଳେ ୱାର୍ଡ ନମ୍ବର ତିନିକୁ ସମ୍ପୂର୍ଣ୍ଣ ସିଲ ଏବଂ ରାଜ ଏଣ୍ଡ ରାଜ କମ୍ପ୍ଲେକ୍ସ କୁ ସାମୟିକ ଭାବେ ସଟ ଡାଉନ୍ କରାଯାଇଛି।