![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ରାଉରକେଲା / ଅନୁଗୁଳ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୧/୦୭ : କିଛି ଦିନର ଲୁଚକାଳି ପରେ, ଶେଷରେ ଗିରଫ ହେଲେ ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସି ଆନନ୍ଦ ମାଝୀ। ଅନୁଗୁଳ ବଇଣ୍ଡା ଜଙ୍ଗଲରୁ ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗିରଫ ହେବା ପରେ ତାଙ୍କୁ କୋର୍ଟରେ ହାଜର କରାଯିବ ଏବଂ ପରବର୍ତ୍ତି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିଜି ପୋଲିସ୍ ଅଭୟ ସୂଚନା ଦେଇଛନ୍ତି।
![](https://i0.wp.com/kalingajyoti.com/wp-content/uploads/2020/07/bmp.jpg?resize=652%2C364)
ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ପୂର୍ବତନ ଆଇଆଇସି ଆନନ୍ଦ ମାଝୀ। ତାଙ୍କ ସହ ଅନ୍ୟ କିଛି ବ୍ୟକ୍ତି ସଂପୃକ୍ତ ଥିବା ନେଇ ବି ଅଭିଯୋଗ ରହିଛି। ସେ ଦିଗରେ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିକ୍ରିୟା ଦେଇଛନ୍ତି ଡିଜି ପୋଲିସ୍ ଅଭୟ। ଆଜି ସକାଳେ ଆନନ୍ଦଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା। ତାଙ୍କୁ ଖୋଜିବା ପାଇଁ ଜଣେ ମହିଳା ଡିସିପିଙ୍କ ନେତୃତ୍ୱରେ କ୍ରାଇମବ୍ରାଞ୍ଚ ଟିମ୍ ମାମଲାର ତଦନ୍ତ କରୁଥିଲା।