![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୨/୦୮ : ଆଗକୁ ଦେଶର ତିନି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ହୋଇପାରେ ଘରୋଇକରଣ। ଏ ନେଇ ନୀତି ଆୟୋଗ ପକ୍ଷରୁ ସରକାରଙ୍କୁ ସୁପାରିଶ କରାଯାଇଛି। ଘରୋଇକରଣ ହେବାକୁ ଥିବା ଏହି ତିନି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ହେଉଛି ପଞ୍ଜାଵ ଏଣ୍ଡ ସିନ୍ଧ ବ୍ୟାଙ୍କ, ୟୁକୋ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ ମହାରାଷ୍ଟ୍ର। ଏହି ତିନି ବ୍ୟାଙ୍କର ଘରୋଇକରଣ ସହ ନୀତି ଆୟୋଗ ଦେଶରେ ଗ୍ରାମୀଣ ବ୍ୟାଙ୍କଗୁଡିକର ମିଶ୍ରଣ ପାଇଁ ମଧ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି।
ତେବେ ତିନି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣ ପ୍ରସ୍ତାଵର ମୁଖ୍ୟ କାରଣ ହେଉଛି ଯେ, ଏସବୁ ବ୍ୟାଙ୍କ ପ୍ରଚୁର କ୍ଷତିରେ ଚାଲୁଛି। ସରକାରଙ୍କର ଏହି ସବୁ ବ୍ୟାଙ୍କରେ ଅଧିକ ଅଂଶଧନ ରହିଥିବା ଯୋଗୁଁ ବ୍ୟାଙ୍କଗୁଡିକ କ୍ଷତିରେ ଚାଲିବାର ପ୍ରଭାବ ସରକାରୀ ରାଜକୋଷ ଉପରେ ପଡୁଛି।