ନୂଆବର୍ଷରେ ଖୁସିର ଖବର: କରୋନା ଟିକା କୋଭିସିଲ୍ଡକୁ ମିଳିଲା ଜରୁରୀକାଳୀନ ବ୍ୟବହାର ଅନୁମତି

0 641
greentech

ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ଓ ଆସ୍ତ୍ରାଜେନେକା ଦ୍ୱାରା ବିକଶିତ ଟିକା ‘କୋଭିସିଲ୍ଡ’କୁ ଅନୁମତି ମିଳିଛି। କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂସ୍ଥାର ବିଶେଷଜ୍ଞ କମିଟି ଏହି ଟୀକାର ବ୍ୟବହାରକୁ ନେଇ ହୋଇଥିବା ଆବେଦନକୁ ଅନୁମୋଦନ କରିଛି। ତେବେ କେତେକ ସର୍ତ୍ତ ସହ ଏହି ଟୀକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି। ଏହି ଟିକା ଆସ୍ତ୍ରାଜେନେକା ଏବଂ ଅକ୍ସଫୋର୍ଡ ୟୁନିଭରସିଟି ଦ୍ୱାରା ବିକଶିତ କରାଯାଇଥିବା ବେଳେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏହି ଟିକା ପ୍ରସ୍ତୁତ କରିବ।


ମିଳିଥିବା ସୂଚନା ଅନୁଯାୟୀ, ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଆସ୍ତ୍ରାଜେନେକା ଟିକାର ୫ କୋଟି ଡୋଜ ସଂରକ୍ଷଣ କରିସାରିଛି। ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଅନେକ ମାସ ପୂର୍ବେ କହିଥିଲା ଯେ ଏହା ଉତ୍ପାଦନ କରୁଥିବା ଟିକା ମଧ୍ୟରୁ ଅଧା ଟିକା ଭାରତରେ ଟୀକାକରଣ ଉଦ୍ଦେଶ୍ୟରେ ବ୍ୟବହାର ହେବ। ଏହି ଟୀକାର ଭାରତରେ ବ୍ୟାହର ନିମନ୍ତେ ଅନୁମତି ପାଇଁ ପୂର୍ବରୁ ଡ଼ିସିଜିଆଇ ସୁପାରିଶ କରିଥିଲା ଓ ଆଜିର ବୈଠକରେ ବିଶେଷଜ୍ଞ କମିଟି ସେହି ସୁପାରିଶକୁ ଗ୍ରହଣ କରିଛି।

Leave A Reply

Your email address will not be published.

eight + seven =

error: Content is protected !!
Open chat