କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୭/୦୬ ନେପାଳର ଶାସନରେ ଥିବା କମ୍ୟୁନିଷ୍ଟ ପାର୍ଟିରେ ରାଜନୈତିକ ସଙ୍କଟ ଦେଖାଦେଇଛି। ଯାହା ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ରାଜନୈତିକ ଭବିଷ୍ୟତକୁ ଅଡୁଆରେ ପକାଇଛି।ଦଳର ଷ୍ଟାଣ୍ଡିଙ୍ଗ କମିଟିର ବୈଠକରେ ଖୁବଶୀଘ୍ର ତାଙ୍କୁ ନେଇ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି। ଓଲିଙ୍କ ବିରୁଦ୍ଧରେ ସୃଷ୍ଟି ହୋଇଥିବା ବିରୋଧରୁ ଅନୁମାନ କରାଯାଉଛି ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ଚୀନର ବୋକଚାବୁହା କୁହାଯାଉଥିବା ଓଲିଙ୍କୁ ଦଳର ସଭାପତି ପଦରୁ ମଧ୍ୟ ଇସ୍ତଫା ଦେବା ପାଇଁ ବାଧ୍ୟ କରାଯାଇପାରେ ବୋଲି କୁହାଯାଉଛି।