ପଞ୍ଜାବରେ ଆପ କ୍ଷମତାକୁ ଆସିଲେ ପୂର୍ବ ବିଦ୍ୟୁତ୍ ବିଲ୍ ଛାଡ ସହ ପ୍ରତ୍ୟେକଙ୍କୁ ମିଳିବ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍: ଅରବିନ୍ଦ କେଜ୍ରିୱାଲ
ନୂଆଦିଲ୍ଲୀ ୨୯/୦୬/୨୦୨୧ କଳିଙ୍ଗ ଜ୍ଯୋତି : ୨୦୨୨ରେ ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ବଡ଼ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ | ଆପ କ୍ଷମତାକୁ ଆସିଲେ ୨୪ ଘଣ୍ଟା ବିଦ୍ୟୁତ୍, ପୂର୍ବ ବିଦ୍ୟୁତ୍ ବିଲ୍ ଉପରେ ଛାଡ ଏବଂ ପ୍ରତ୍ୟେକ ପରିବାର ପାଇଁ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଇ ଦିଆଯିବ ବୋଲି ଆଜି ଚଣ୍ଡିଗଡ଼ ପ୍ରେସ କ୍ଲବରେ ବୈଠକ କରି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ |
ମତଦାନ ପୂର୍ବରୁ ସେ ସମାନ ପ୍ରତିଶ୍ରୁତି ଦେଇ ପୂରଣ କରିଥିବା ଦିଲ୍ଲୀର ଉଦାହରଣ ଦେଇ କହିଥିଲେ ଯେ, “ଏହା ହେଉଛି କେଜ୍ରିୱାଲଙ୍କ ପ୍ରତିଜ୍ଞା, କ୍ୟାପଟେନଙ୍କ ଶପଥ ନୁହେଁ। ଆମେ ଆମର ପ୍ରତିଶ୍ରୁତି ଦେଇ ପୂରଣ କରୁ | କ୍ୟାପଟେନଙ୍କ ପ୍ରତିଶ୍ରୁତି ୫ବର୍ଷ ପରେ ମଧ୍ୟ ପୂରଣ ହୋଇ ନାହିଁ। ଯଦି ପଞ୍ଜାବରେ ଆପ ଜିତେ, ତୁରନ୍ତ ବିଦ୍ୟୁତ୍ ବିଲ୍ ଛାଡ ପ୍ରତିଶ୍ରୁତି ପୂରଣ ହେବ | ରାଜ୍ୟର ପ୍ରତ୍ୟେକ ପରିବାର ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ପାଇବେ। ଏହା କରିବା ଦ୍ୱାରା ପଞ୍ଜାବର ପ୍ରାୟ ୭୭ ପ୍ରତିଶତରୁ ୮୦ ପ୍ରତିଶତ ଲୋକଙ୍କୁ ବିଦ୍ୟୁତ୍ ବିଲ୍ ଦେବାକୁ ପଡିବ ନାହିଁ। ତେବେ ୨୪ଘଣ୍ଟା ବିଦ୍ୟୁତ୍ ଯୋଗାଣର ପ୍ରତିଶ୍ରୁତି ପୂରଣ ହେବାକୁ ତିନି ବର୍ଷ ଲାଗିପାରେ |