ନୂଆଦିଲ୍ଲୀ ୧୭/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଲୋକ ଜନଶକ୍ତି ପାର୍ଟି (LJP) ରେ କ୍ଷମତା ପାଇଁ ଯୁଦ୍ଧ ତୀବ୍ର ହୋଇଛି | ଦଳର ବିଦ୍ରୋହୀ ଦଳ ଜାତୀୟ କାର୍ଯ୍ୟନିର୍ବାହୀ ବୈଠକ କରିବା ପରେ ପଶୁପତି ପାରସଙ୍କୁ ନୂତନ ଜାତୀୟ ସଭାପତି ଭାବରେ ଚୟନ କରିବାକୁ ଘୋଷଣା କରିଛନ୍ତି। ପାଟନାରେ ନିର୍ବାଚନ ଦାୟିତ୍ୱରେ ଥିବା ସୁରଜ ଭାନଙ୍କ ବାସଭବନରେ ନିର୍ବାଚନରେ ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ପାରସଙ୍କୁ ସଭାପତି ଭାବେ ନିର୍ବାଚିତ କରାଯାଇଥିଲା । ବର୍ତ୍ତମାନ ପାରସଙ୍କ ଟିମ ନିର୍ବାଚନ ଆୟୋଗଙ୍କ ଆଗରେ ପ୍ରକୃତ ଏଲଜେପି ବୋଲି ଦାବି କରିବେ।
ଅଧ୍ୟକ୍ଷ ନିର୍ବାଚନ ପରେ ପଶୁପତି ପାରସ ଏବଂ ସମର୍ଥନ କରୁଥିବା ସାଂସଦମାନେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟିବେ । ତେବେ ପଶୁପତିଙ୍କ ଏହି ପଦକ୍ଷେପକୁ ନେଇ ଖପ୍ପା ଥିବା ଚିରାଗ ପାଶୱାନ ସୁପ୍ରିମକୋର୍ଟ ଯାଇପାରନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି | ପାରସଙ୍କୁ ସଂସଦୀୟ ଦଳର ନେତା କରିବାକୁ ବିରୋଧ କରି ଚିରାଗ ପାସୱାନ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଏକ ଚିଠି ଲେଖି ସାରିଛନ୍ତି।
ଆଜି ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଏଲଜେପି ସାଂସଦ ସୁରଜ ଭାନଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପଶୁପତି ପରାସ ଏକମାତ୍ର ପ୍ରାର୍ଥୀ ହୋଇଥିଲେ। ସୁରଜ ଭାନ ସିଂଙ୍କ ଭାଇ ତଥା ସାଂସଦ ଚନ୍ଦନ ସିଂ କହିଛନ୍ତି ଯେ ପୁରା ଦଳ ପାରସଙ୍କ ସହ ଅଛନ୍ତି। ଯେପରି ପ୍ରତ୍ୟେକ ଦଳର ନେତୃତ୍ୱ ପରିବର୍ତ୍ତନ ହୁଏ, ସେହିପରି ଏଲଜେପି ରେ ମଧ୍ୟ ଏହା ଘଟୁଛି |