ପୁଣି ଦେଖାଇଲେ ୫୬” ଛାତି ର ଦମ୍ଭ : ଅଚାନକ ଲଦାଖ ସେନା କ୍ୟାମ୍ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଥୀରେ ଅଛନ୍ତି ଜେନରାଲ ବିପିନ ରାୱତ
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୩।୭ : ଆଜି ଦୁନିଆ ପୁଣି ଦେଖିଲା ମୋଦିଙ୍କ ୫୬” ଛାତି ର ଦମ୍ଭ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅଚାନକ ଲଦାଖ ଗସ୍ତ କରିଛନ୍ତି ସାଥୀରେ ଅଛନ୍ତି ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନରାଲ ବିପିନ ରାୱତ। ଲଦାଖ ସେନା କ୍ୟାମ୍ପରେ ସୁରକ୍ଷା ପ୍ରସଙ୍ଗକୁ ନେଇ ସ୍ଥିତି ପରଖିଲେ । ସୀମାରେ ଚୀନ ସହ ଲାଗିରହିଥିବା ବେଳେ ହଠାତ ଲଦାଖର ରାଜଧାନୀ ଲେହରେ ସେନା ପୋଷାକରେ ପହଚିଂଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ଥଳ ସେନା, ବାୟୁ ସେନା ଏବଂ ଆଇଟିବିପି ଯବାନଙ୍କ ସହ ବିସ୍ତୁତ ଭାବେ କଥା ହୋଇଛନ୍ତି।
![](https://i0.wp.com/kalingajyoti.com/wp-content/uploads/2020/07/namo-768x1024.jpg?resize=768%2C1024)
ଯବାନଙ୍କ ସହ ଆଲୋଚନା କରିବା ସମୟରେ ତାଙ୍କ ସହ ଉପସ୍ଥିତ ଥିଲେ ସିଡିଏସ୍ ଜେନେରାଲ ବିପିନ ରାଓ୍ୱତ, ସ୍ଥଳ ସେନା ମୁଖ୍ୟ ଏମ୍ଏନ୍ ନରୱାଣେ। ଏହାସହ ନର୍ଥନ୍ କମାଣ୍ଡର ଲେଫଟଣ୍ଡ୍ ଜେନେରାଲ୍ ୱାଇ କେ ଯୋଶୀଙ୍କ ସମେତ ୧୪ କୋର୍ ଅଧିକାରୀ ଉପସ୍ଥିତ ଅଛନ୍ତି। ଏଲ୍ଏସିରେ ଚୀନ ସେନା ସହ ସଘଂର୍ଷ ହେବା ପରେ ପ୍ରଥମ ଥର ପାଇଁ ମୋଦି ସୀମାରେ ପହଞ୍ଚିଛନ୍ତି। ଯବାନଙ୍କ ମନୋବଳ ବଢ଼ାଇବା ସହ ସୁରକ୍ଷା ପ୍ରସଙ୍ଗକୁ ନେଇ ସ୍ଥିତି ପରଖିଛନ୍ତି। ଏହାପୂର୍ବରୁ ରାଜନାଥ ସିଂହ ଏଲ୍ଏସି ଗସ୍ତ ନେଇ ଯୋଜନା ଥିଲା। ହେଲେ ଏହାକୁ ବାତିଲ କରାଯାଇଥିଲା। ସୀମାରେ ମୁତୟନ ଥିବା ଯବାନଙ୍କ ସହ ଭେଟି ସେମାନଙ୍କର ମନୋବଳ ବୃଦ୍ଧି କରିଛନ୍ତି ପ୍ରଧାନମନ୍ତ୍ରୀ । ଏବେ ସେ ସମୁଦ୍ରପତ୍ତନ ଠାରୁ ୧୧, ୦୦୦ ଫୁଟ୍ ଉଚ୍ଚରେ ଥିବା ଫର୍ୱାର୍ଡ ପୋଷ୍ଟ୍ରେ ଭାରତୀୟ ସେନା, ବାୟୁସେନା ଏବଂ ଆଇଟିବିପିର ଅଧିକାରୀମାନଙ୍କ ସହ ଆଲୋଚନା କରୁଛନ୍ତି । ପରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ୧୪ କର୍ପସ୍ ଅଧିକାରୀଙ୍କୁ ଉଦ୍ବୋଧନ ଦେବା ସହ ଗଲୱାନ୍ ଉପତ୍ୟକାରେ ଚୀନ ସେନା ସହ ସଂଘର୍ଷରେ ଆହତ ହୋଇଥିବା ଯବାନଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ଏହାପରେ ଲଦାଖରେ ଉପସ୍ଥିତ ଥିବା ଚିଫ୍ ଅଫ୍ ଡିଫେନ୍ସ୍ ଷ୍ଟାଫ୍ ଜେନେରାଲ୍ ବିପିନ ରାୱତଙ୍କ ସହ ପ୍ରଧାନମନ୍ତ୍ରୀ ନର୍ଦନ୍ ଆର୍ମି କମାଣ୍ଡର୍ ଅଧିକାରୀ ଜେନେରାଲ୍ ୱାଇକେ ଯୋଶୀ, ଜେନେରାଲ୍ ହରିନ୍ଦର ସିଂହ ଏବଂ ୧୪ କର୍ପସର ଅଧିକାରୀଙ୍କ ସହ ନିରାପତ୍ତା ପରିସ୍ଥିତି ସମୀକ୍ଷା କରିବେ।
![](https://kalingajyoti.com/wp-content/uploads/2020/07/nm-1024x768.jpg)
ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତ-ଚୀନ୍ ସେନା ମୁହାଁମୁହିଁ ହେବା ପରେ ସୀମାରେ ସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି । ଉଭୟ ଦେଶ ସୀମାରେ ଭାରି ସେନାବଳ ସହ ଯୁଦ୍ଧାସ୍ତ୍ର ଏବଂ କ୍ଷେପଣାସ୍ତ୍ର ମୁତୟନ କରିଛନ୍ତି । ଉଭୟ ଦେଶର ସେନାସ୍ତରୀୟ ଆଲୋଚନାରେ କୌଣସି ସମାଧାନର ସୂତ୍ର ବାହାରିପାରିନି । ପୂର୍ବ ଲଦାଖର ସୀମା ନିକଟରୁ ସେନା ହଟାଇବା ପାଇଁ ଚୀନ୍ ରାଜି ହୋଇଥିଲେ ମଧ୍ୟ ଧୋକାବାଜି କରିବା ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହଛି । ଲଦାଖରେ ଭାରତ ୪୫ହଜାରରୁ ଅଧିକ ସେନାବଳ ମୁତୟନ କରିଛି । ଏହାସହ କ୍ଷେପଣାସ୍ତ୍ର ମଧ୍ୟ ମୁତୟନ କରିଛି । ବାୟୁସେନା ଏବଂ ସ୍ଥଳସେନା ସ୍ଥିତି ଉପରେ ନଜର ରଖିଛନ୍ତି । ଏପରି ସ୍ଥିତିରେ ମୋଦିଙ୍କ ଗସ୍ତର ଗୁରୁତ୍ବ ରହିଛି । ମୋଦିଙ୍କ ସହ ସେନାମୁଖ୍ୟ ଜେନେରାଲ ନରଭଣେ ମଧ୍ୟ ଅଛନ୍ତି । ଗଲୱାନ ଘାଟି ହିଂସାରେ ଆହତ ଯବାନଙ୍କୁ ଭେଟିବେ ମୋଦି ।