![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ଭୁବନେଶ୍ବର ୧୦/୦୮/୨୦୨୧ କଳିଙ୍ଗ ଜ୍ଯୋତି : ସ୍ବତନ୍ତ୍ର ଓଜେଇଇ ଆବେଦନ ଅବଧି ଅଗଷ୍ଟ ୧୭ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ପୂର୍ବରୁ ଅଗଷ୍ଟ ୧୦ ଆବେଦନର ଶେଷ ତାରିଖ ଧାର୍ଯ୍ୟ ହୋଇଥିଲା। ଆବେଦନ ଅବଧି ବଢ଼ିବା ସହିତ ଅଗଷ୍ଟ ୧୮ ପର୍ଯ୍ୟନ୍ତ ଫି ଭରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଅନୁମତି ଦିଆଯାଇଛି। ଯେଉଁମାନେ ଆବେଦନ କରିଛନ୍ତି ସେମାନେ ଚାହିଁଲେ ବି ସଂଶୋଧନ କରିପାରିବେ। ପସନ୍ଦର ସେଣ୍ଟର ପରିବର୍ତ୍ତନ କିମ୍ବା ଅନ୍ୟାନ୍ୟ ସଂଶୋଧନ ନେଇ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଅନୁମତି ଦିଆଯାଇଛି। ଆଗକୁ ଆଉ ଆବେଦନ ଅବଧି ଆଉ ବଢ଼ାଯିବ ନାହିଁ ବୋଲି ଓଜେଇଇ ଅଧ୍ୟକ୍ଷ ସୂଚନା ଦେଇଛନ୍ତି।