କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୬/୦୮ : ଜାମୁ କାଶ୍ମୀରର ନୂତନ ରାଜ୍ୟପାଳ ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନାଙ୍କୁ ନିଯୁକ୍ତ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀ ସ୍ନିହାଙ୍କୁ ଜମ୍ମୁ କାଶ୍ମୀରର ନୂଆ ଉପ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି।ବୁଧବାର ଦିନ ଇସ୍ତଫା ଦେଇଥିବା ଗିରିଶ ଚନ୍ଦ୍ର ମୁର୍ମୁଙ୍କ ସ୍ଥାନରେ ସେ କାର୍ଯ୍ୟ କରିବେ।
ପୂର୍ବରୁ ସେ କନିଷ୍ଠ ରେଳମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।
ଗତକାଲି ଗିରୀଶ ଚନ୍ଦ୍ର ମୁର୍ମୁ ଜମ୍ମୁ କାଶ୍ମୀର ଉପ ରାଜ୍ୟପାଳ ପଦ ରୁ ଇସ୍ତଫା ଦେଇଥିଲେ। ରାଷ୍ଟ୍ରପତି ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି। ମନୋଜ ସିହ୍ନା ଏବେ ମୁର୍ମୁଙ୍କ ସ୍ଥାନରେ ଜାମ୍ମୁକାଶ୍ମୀର ଉପରାଜ୍ୟପାଳ ଦ୍ଵାୟିତ୍ଵ ସମ୍ଭାଳିବେ।ଗୁରୁବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁର୍ମୁଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ଶୁଣାଯାଉଛି, ଅଗଷ୍ଟ ୭ ତାରିଖରେ କାର୍ଯ୍ୟକାଳ ଶେଷ କରୁଥିବା ରାଜୀବ ମେହଋଷିଙ୍କ ସ୍ଥାନରେ ସେ ଭାରତର ପରବର୍ତ୍ତୀ କଂପ୍ଟ୍ରୋଲର୍ ଆଣ୍ଡ୍ ଅଡିଟର୍ ଜେନେରାଲ୍ ହେବେ।
ଧାରା 370 ଉଛେଦ ହେବ ପରେ ଜମ୍ମୁ ଓ କାଶ୍ମୀର ରାଜ୍ୟ ଗତ ବର୍ଷ ଅକ୍ଟୋବର 31 ରେ ଗିରୀଶ ମୁର୍ମୁଙ୍କୁ ଜମ୍ମୁ ଓ କାଶ୍ମୀରା ପ୍ରଥମ ଉପ – ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା।
ସିଭିଲ୍ ସର୍ଭିସ୍ରୁ ଅବସର ଗ୍ରହଣ କରିବା ପରେ ରାଜୀବ ମେହଋଷି ୨୦୧୭ରେ ଭାରତର ଶୀର୍ଷ ପବ୍ଲିକ୍ ଅଡିଟର୍ ଭାବେ ନିଯୁକ୍ତ ହୋଇଥିଲେ। ୧୯୭୮ ବ୍ୟାଚ୍ ଆଇଏଏସ୍ ଅଧିକାରୀ ମେହଋଷି ଏହା ପୂର୍ବରୁ ଭାରତର ଅର୍ଥନୈତିକ ସଚିବ ଏବଂ ଗୃହ ସଚିବ ଭାବେ ଅବସ୍ଥାପିତ ହୋଇଥିଲେ।