ପୂର୍ବତନ ବିଧାୟକ ଅରୁଣ ଦେଙ୍କୁ କରୋନା, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

0 724
greentech

ବାଲେଶ୍ବର ୦୯/୦୭/୨୦୨୧ କଳିଙ୍ଗ ଜ୍ଯୋତି : ବାଲେଶ୍ବରର ପୂର୍ବତନ ବିଧାୟକ ତଥା ବରିଷ୍ଠ ଶ୍ରମିକ ନେତା ଅରୁଣ ଦେଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥିତ ଆମ୍ରି ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଗତ ୨/୩ ଦିନ ହେଲା ସେ ଥଣ୍ଡାଜ୍ବରରେ ଆକ୍ରାନ୍ତ ଥିଲେ। ଆଜି ସକାଳେ ହଠାତ୍‌ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଖବର ଦିଆଯାଇଥିଲା। ସେଠାରୁ ଏକ ଟିମ୍‌ ଆସି ତାଙ୍କର ସ୍ବାସ୍ଥ୍ୟବସ୍ଥା ଯାଞ୍ଚ୍‌ କରିବା ସହ କରୋନା ପରୀକ୍ଷା‌ କରିଥିଲେ। ରିପୋର୍ଟ ପଜିଟିଭ୍‌ ଆସିବା ପରେ ତୁରନ୍ତ ତାଙ୍କୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଜରିଆରେ ଆମ୍ରି ହସ୍‌ପିଟାଲକୁ ନିଆଯାଇଥିବା ଜଣାଯାଇଛି। ବାଲେଶ୍ବରର ବିଭିନ୍ନ ମହଲରୁ ତଥା ଶୁଭେଚ୍ଛୁ ଓ ସମର୍ଥକଙ୍କ ତରଫରୁ ଶ୍ରୀ ଦେଙ୍କ ଆଶୁଆରୋଗ୍ୟ କାମନା କରାଯାଇଛି।

Leave A Reply

Your email address will not be published.

14 + 18 =

error: Content is protected !!
Open chat