![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ନୀଳଗିରି / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୦୬/୦୭ : ବାଲେଶ୍ୱର ଜିଲ୍ଲା ନୀଳଗିରି ବିଧାୟକ ସୁକାନ୍ତ ନାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସ୍ୱାବ୍ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ପ୍ରଥମ ଥର ପାଇଁ ଓଡ଼ିଶାର ଜଣେ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ନୀଳଗିରିରେ ଆତଙ୍କ ଖେଳିଯାଇଛି। ବିଧାୟକଙ୍କ ସହ ବିଭିନ୍ନ ଲୋକ ସଂସ୍ପର୍ଶରେ ଆସୁଛନ୍ତି।
![](https://i0.wp.com/kalingajyoti.com/wp-content/uploads/2020/07/Tehsildar-MLA-faceoff-Nilagiri-MLA-ends-hunger-strike.jpg?resize=600%2C407)
ପ୍ରତ୍ୟେକ ଦିନ ସେ ଗାଁଠୁ ସହର ପର୍ଯ୍ୟନ୍ତ ଲୋକଙ୍କୁ ସଚେତନ କରାଇବା ସହ ମାସ୍କ ପିନ୍ଧାଇ ଦେଉଛନ୍ତି। ବିଭିନ୍ନ ସରକାରୀ ଓ ବେସରକାରୀ ବୈଠକରେ ମଧ୍ୟ ସେ ଯୋଗଦେଇଛନ୍ତି। ଯଦି ତାଙ୍କ ସଂସ୍ପର୍ଶରେ କେହି ଲୋକ ଆସିଥିବେ ତେବେ ବିଧାୟକ ସୁକାନ୍ତ ନାୟକ ସୁପର ସ୍ପେଡର ହୋଇଯିବେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ କୋଭିଡ଼-୧୯ ମେଡିକାଲକୁ ସ୍ଥାନାନ୍ତର ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁସାରେ, ବିଧାୟକ ଜଣକ ଗତ କିଛି ଦିନ ଧରି ବିଭିନ୍ନ ସଭାସମିତିରେ ଯୋଗ ଦେଇଥିଲେ। ତେଣୁ ସେ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବା କୁହାଯାଉଛି। ସେ କାହା କାହା ସହ ମିଶିଛନ୍ତି, ସେମାନଙ୍କ କଣ୍ଟାକ୍ଟ୍ ଟ୍ରେସିଂ କରୁଛି ଜିଲ୍ଲା ପ୍ରଶାସନ।