କଳିଙ୍ଗ ଜ୍ୟୋତି ବ୍ୟୁରୋ କଟକ ୨୮/୦୬: ବଡମ୍ବା ଥାନାରେ ଆଇଆଇସି କରୋନା ପଜିଟିଭ ଚିହ୍ନଟ ହେବ ପରେ ଥାନାକୁ କଂଟେନମେଂଟ ଜୋନ ଘୋଷଣା କରାଯାଇଛି । ଏହାସହ ଥାନାର ୭ଜଣ କର୍ମଚାରୀଙ୍କ ସ୍ୱାବ ଟେଷ୍ଟ ଆଜି କରାଯିବ । ଥାନାର ଏହି ୭ଜଣ ଥଣ୍ଡା ଜରରେ ଆକ୍ରାନ୍ତ ହୋଇଛନ୍ତି । ଏହାସହ ଏସଡିପିଓ, ତାଙ୍କ ଡ୍ରାଇଭର ଓ ଆଡିସନାଲ ଏସପିଙ୍କ ଡ୍ରାଇଭରଙ୍କ ମଧ୍ୟ କରୋନା ଟେଷ୍ଟ କରାଯିବ । ସେହିପରି ଗୁରୁଡି ଝାଟିଆ ଓ ଖୁଂଟୁଣୀ ଥାନାର ସମସ୍ତ କର୍ମଚାରୀଙ୍କ ମଧ୍ୟ ସ୍ୱାବ ଟେଷ୍ଟ କରାଯିବ । ଗତକାଲି ଆଇଆଇସି କରୋନା ପିଜଟିଭ ଚିହ୍ନଟ ହେବା ପରେ ଥାନାକୁ କଂଟେନମେଂଟ ଜୋନ ଘୋଷଣା କରାଯାଇଛି ।