ବାସୁଦେବପୁର/ଭଦ୍ରକ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୪/୦୮ : ବାସୁଦେବପୁର ବ୍ଲକ ଅନ୍ତର୍ଗତ କୁମାରପୁରରେ ପାରିବାରିକ ବିବାଦ ତଥା ଜମିବାଡି ଭାଗବଣ୍ଟ।କୁ କେନ୍ଦ୍ରକରି ଜଣେ ମତ୍ସ୍ଯଜୀବି ଯୁବକଙ୍କୁ ପିଟି ପିଟି ଅତିନୃଶଂସ ଭାବେ ହତ୍ୟା କରାଯାଇଥିବା ନେଇ ପାରିବାର ପକ୍ଷରୁ ଅଭିଯୋଗ ହୋଇଛି । ଖବର ନେବାରୁ ଜଣାପଡିଛି, ବାସୁଦେବପୁର ବ୍ଲକର କୁମାରପୁର ପଞ୍ଚାୟତର ବେଣୁଧର ମାଝୀଙ୍କ ସାନ ପୁଅ କୈଳିସ ମାଝୀ ଜଣେ ମତ୍ସ୍ଯଜୀବି ଭାବେ ଜୀବିକା ନିର୍ବାହ କରନ୍ତି । ଜମିବାଡି ଭାଗବଣ୍ଟ।କୁ ନେଇ ଦୀର୍ଘଦିନ ଧରି ପାରିବାରିକ ବିବାଦ ଲାଗିରହିଥିଲା ।
ଘଟଣାରୁ ପ୍ରକାଶ ଯେ, ଗତକାଲି କୈଳାସ ଭାତ ଖାଉଥିବା ସମୟରେ ପାଖରେ ଥିବା ବିଲେଇକୁ ତାଙ୍କ ପୁତୁରା ଏକ ବାଡିରେ ପିଟି ଦେବାରୁ ଲୋମ ଭାତରେ ପଡିବାରୁ କୈଳାସ ଭାତ ଛାଡି ପଳାଇ ଯାଇଥିଲେ । ଏହି ଘଟଣାକୁ ନେଇ ଦାଦା ଓ ପୁତୁରାମାନେ କୈଳାସ ଓ ତାଙ୍କ ପତ୍ନୀ ପଦ୍ମାବତୀଙ୍କୁ ମାଡମାରି ଥିଲେ । ମୃତ କୈଳାସଙ୍କୁ ପୁତୁରାମାନେ ନୃଶଂସ ଭାବେ ପିଟି ପିଟି ହତ୍ୟା କରି କାନ୍ତିପୁର ଝାଉଁ ଜଙ୍ଗଲରେ ଏକ ସାଇକେଲ ଠିଆ କରାଇ ବେକରେ ଗାମୁଛା ଲଗାଇ ଟାଙ୍ଗି ଦେଇଥିବା ତାଙ୍କ ପାରିବାର ଲୋକେ ଅଭିଯୋଗ କରିଛନ୍ତି। ସକାଳେ ପାଖ ଗ୍ରାମର ଲୋକମାନେ ଦେଖି ବାସୁଦେବପୁର ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତ କୈଳାସ ଝିଅ କହିଛି ଯେ ତାଙ୍କ ବାପାଙ୍କୁ ପିଟିପିଟି ମାରି ଦିଆଯାଇଛି ।