କେନ୍ଦ୍ର ସରକାର ଓ କୃଷକ ନେତାମାନଙ୍କ ମଧ୍ୟରେ ଆଜି ଅନୁଷ୍ଠିତ ଆଲୋଚନାରେ କୌଣସି ନିଷ୍କର୍ସ ବାହାରି ନ ପାରିବାରୁ ଆସନ୍ତା ୧୫ ତାରିଖରେ ପରବର୍ତ୍ତୀ ପର୍ଯ୍ୟାୟ ବୈଠକ ହେବ। ଅଷ୍ଟମ ପର୍ଯ୍ୟାୟ କଥାବାର୍ତ୍ତା ପରେ ସାମ୍ବାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି, କୃଷି ଆଇନ୍ଗୁଡ଼ିକ ସଂକ୍ରାନ୍ତରେ ଆଲୋଚନା କରାଯାଇଛି କିନ୍ତୁ ଏହା ଉପରେ କୌଣସି ନିଷ୍ପତ୍ତି ନିଆଯାଇପାରି ନାହିଁ। ସେ କହିଛନ୍ତି, କୃଷି ଆଇନ୍ଗୁଡ଼ିକର ଉଚ୍ଛେଦକୁ ଛାଡ଼ି କୃଷକନେତାମାନେ ଯଦି ଅନ୍ୟ କୌଣସି ମତାମତ ଦିଅନ୍ତି ତେବେ ଏହା ଉପରେ ବିଚାର କରାଯିବ। କିନ୍ତୁ କୃଷକ ନେତାମାନେ କୌଣସି ବିକଳ୍ପ ନ ଦେବାରୁ ବୈଠକ ଅମିମାଂଶିତ ଭାବେ ଶେଷ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି।
ତୋମାର କହିଛନ୍ତି, ଯେଉଁମାନେ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି, ସେମାନେ କୃଷି ଆଇନ୍ଗୁଡ଼ିକର ଉଚ୍ଛେଦ ପାଇଁ ଦାବି କରୁଛନ୍ତି। କିନ୍ତୁ ଏଭଳି ଅନେକ କୃଷକ ଅଛନ୍ତି ଯେଉଁମାନେ କୃଷି ଆଇନ୍ଗୁଡ଼ିକୁ ସମର୍ଥନ କରୁଛନ୍ତି। ଯେଉଁ କୃଷକ ସଂଘ ଗୁଡ଼ିକ କୃଷି ଆଇନ୍ଗୁଡ଼ିକର ଉଚ୍ଛେଦ ପାଇଁ ଦାବି କରି ଆସୁଛନ୍ତି ସରକାର ସେମାନଙ୍କ ସହ କଥାବାର୍ତ୍ତା ଜାରି ରଖିଛନ୍ତି।