ପୁରୀ: ଆସନ୍ତା ବୁଧବାର ବାହୁଡା ଯାତ୍ରାକୁ ଆଖି ଆଗରେ ରଖି ଜୁନ୍ ୩୦ ତାରିଖ ରାତି ୧୦ରୁ ଜୁଲାଇ ୨ ତାରିଖ ଯାଏ କର୍ଫ୍ୟୁ ଲାଗୁ ହେବ। ଜୁଲାଇ ୨ ତାରିଖ ରାତି ୧୦ଟା ଯାଏ କର୍ଫ୍ୟୁ ଲାଗୁ ହେବ। ସାରା ଜିଲ୍ଲାରେ କର୍ଫ୍ୟୁ ନେଇ ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି।
୧ରୁ ୪ ତାରିଖ ନୀଳାଦ୍ରିବିଜେ ଯାଏ ଭକ୍ତଙ୍କ ପାଇଁ କଟକଣା ଲାଗୁ ହେବ। ୪ ଦିନ କୌଣସି ପର୍ଯ୍ୟଟକଙ୍କୁ ନରଖିବାକୁ ହୋଟେଲ, ଲଜ୍ ନିର୍ଦ୍ଦେଶ ଦିଆଯାଇଛି। ବଡ଼ଦାଣ୍ଡରେ ଥିବା ବ୍ୟକ୍ତିଗତ ଘର, ଧାର୍ମିକ ଅନୁଷ୍ଠାନର ସର୍ଭେ ହେବ।ନିଜ ଘରେ କେବଳ ନିଜେ ରହିପାରିବେ, ବାହାର ଲୋକ ରଖିବାକୁ ମନା କରାଯାଇଛି। ଘରେ ରହି ପ୍ରଭୁଙ୍କୁ ଦର୍ଶନ କରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି।
ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାରେ ସଟଡାଉନ ଘୋଷଣା। ଜୁନ୍ ୨୨ ରାତି ୯ଟାରୁ ଜୁନ୍ ୨୪ ଦିନ ୨ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପୁରୀ ଜିଲ୍ଲାକୁ ସଟଡାଉନ ଘୋଷଣା କରାଯାଇଥିଲା। କିନ୍ତୁ ୨୩ ତାରିଖ ରାତିରେ ଏହାକୁ ସାମାନ୍ୟ କୋହଳ କରାଯାଇଥିଲା।