ସୁନ୍ଦରଗଡ଼, ରାଜଗାଙ୍ଗପୁର(ସୌମ୍ୟଜୀତ ସ୍ୱାଇଁ)
ଆଜି ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ଲାଇଙ୍ଗ ଠାରେ ବିଜେଡି ଦଳର କାର୍ଯ୍ୟାଳୟ ଉଦ୍ଘାଟନ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ସାମଜିକ ଦୂରତା ନିୟମ କୁ ଖୁଲାମଖୁଲା ଉଲଘଂନ କରାଯାଇଥିବାର ଦେଖିବାକୁ ମିଳିଛି ।
ଏହି କାର୍ଯ୍ୟକ୍ରମ ରେ ନୂତନ ଭାବରେ ଚୟନ ହୋଇଥିବା ସୁନ୍ଦରଗଡ଼ ବିଜୁ ଜନତା ଦଳର ସଭାପତି ବିନୟ ଟପ୍ପୋ ,ରାଜଗାଙ୍ଗପୁର ପୂର୍ବତନ ବିଧାୟକ ମଙ୍ଗଳା କିଷାନ ଓ ଅନ୍ୟାନ୍ୟ ବିଜେଡି କର୍ମୀ ମାନେ ଯୋଗଦେଇଥିଲେ।କରୋନା ମହାମାରୀ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି।ଏଥିରୁ ଓଡିଶା ମଧ୍ୟ ବାଦ ପଡିନି।ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ କରୋନାର ଆକ୍ରାନ୍ତ କଂ ସଂଖ୍ୟା ବଢିବାରେ ଲାଗିଛି।।ତେଣୁ ସରକାର ସାମାଜିକ ଦୁରତା ଓ ମାସ୍କ ବ୍ୟବହାର ଉପରେ ଗୁରୁତ୍ୱ ଦେଇଛନ୍ତି। କିନ୍ତୁ ଏହାର ଖୁଲାମଖୁଲା ବ୍ୟତିକ୍ରମ ଦେଖାଯାଇଛି ବିଜେଡିର ଦଳୀୟ କାର୍ଯ୍ୟାଳୟ ଉଦ୍ଘାଟନ କରିବା ବେଳେ। ସରକାର ବସ ଚଳାଚଳ ମଧ୍ୟ ସାମଜିକ ଦୂରତାକୁ ରକ୍ଷା କରି ଚଳାଇବା ପାଇଁ ବସ ମାଲିକ ସଂଘ କୁ ଅନୁମତି ଦେଇଥିବା ବେଳେ ବାହାଘର ପାଇଁ ମଧ୍ୟ ୫୦ ଜଣ ରୁ ଅଧିକ ଲୋକ ସାମିଲ ନ ରହିବା ପାଇଁ ସରକାରଙ୍କ ତରଫରୁ କଟକଣା ଦିଆଯାଇଛି।ଏଭଳି ଏକ ଘଡି ସନ୍ଧି ମୁହୂର୍ତ୍ତରେ ସାମାଜିକ ଦୁରତାକୁ ରକ୍ଷା ନ କରି ଦଳୀୟ କାର୍ଯ୍ୟକ୍ରମ କରିବା କେତେ ଦୂର ଯୁକ୍ତି ଯୁକ୍ତ?ଏବେ ଦେଖିବାର ବିଷୟ ଏହା ଉପରେ କାର୍ଯ୍ୟାନୁଷ୍ଠାନ ହେବ କେବେ?