![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
![](https://i0.wp.com/kalingajyoti.com/wp-content/uploads/2020/06/rtwhwyth.jpg?resize=370%2C278)
କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୨୮/୦୬:: କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇଛି। ଏହି ପରିପ୍ରେକ୍ଷୀରେ ଦେଶବ୍ୟାପୀ ଭର୍ଚୁଆଲି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ “ଜନ ସମ୍ବାଦ ରାଲି”ର ଆୟୋଜନ କରାଯାଉଛି। ମୋଦୀ ସରକାର ୨.୧ର ରିପୋର୍ଟ କାର୍ଡ ଜନତାଙ୍କ ନିକଟରେ ରଖୁଛି ବିଜେପି। ଯେଉଁଥିରେ ସାମାଜିକ ଦୂରତା ରକ୍ଷା କରି ମୋଦୀ ସରକାରଙ୍କ ବରିଷ୍ଠ ମନ୍ତ୍ରୀମାନେ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ସମ୍ବୋଧିତ କରି ମୋଦୀ ସରକାରଙ୍କ ବିଭିନ୍ନ ଉପଲବ୍ଧି ଗୁଡ଼ିକ ବର୍ଣ୍ଣନା କରୁଛନ୍ତି।
![](https://kalingajyoti.com/wp-content/uploads/2020/06/yt5yy.jpg)
ତଦ୍ ଅନୁଯାୟୀ ଭର୍ଚୁଆଲି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରି ସାରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଯାହାର ନାମ ଥିଲା “ଓଡ଼ିଶା ଜନ ସମ୍ବାଦ ରାଲି”। ଅମିତ ଶାହା ତାଙ୍କ ସମ୍ବୋଧନରେ ମୋଦୀ ସରକାରଙ୍କ ବିଭିନ୍ନ ଉପଲବ୍ଧି ଗୁଡ଼ିକ ଉପରେ କହିବା ସହ ଓଡ଼ିଶା ପ୍ରତି ମୋଦୀ ସରକାରଙ୍କ ରହିଥିବା ଅବଦାନ ଗୁଡ଼ିକ ବର୍ଣ୍ଣନା କରିଥିଲେ। ସେଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସମ୍ବୋଧିତ କରିବା ସହ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ। ଏଣେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଥାଇ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ ଆଦି ଉଦ୍ବୋଧନ ମଧ୍ୟ ଦେଇଥିଲେ। ଏହାପରେ ଓଡ଼ିଶା ମହିଳା ଜନ ସମ୍ବାଦ ରାଲି, ଓଡ଼ିଶା କୃଷକ ଜନ ସମ୍ବାଦ ରାଲି ଆଦି କରାଯାଇଥିବା ବେଳେ ବିଧାନସଭା କ୍ଷେତ୍ର ଅନୁଯାୟୀ ଜନ ସମ୍ବାଦ ରାଲି, ଜିଲ୍ଲା ଅନୁଯାୟୀ ମହିଳା ଜନ ସମ୍ବାଦ ରାଲି ଆଦି ପାଇଁ ପ୍ରସ୍ତୁତି ଚାଲିଛି। ଦୂତିୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ମୋଦୀ ସରକାରଙ୍କ ଉପଲବ୍ଧି ଗୁଡ଼ିକ (ରିପୋର୍ଟ କାର୍ଡ) ବାରମ୍ବାର ଦୋହରା ଯାଉଛି। କିନ୍ତୁ, ଭୁବନେଶ୍ୱର ସାଂସଦ ଭାବରେ ନିଜର ବାର୍ଷିକ ରିପୋର୍ଟ କାର୍ଡ ଉପସ୍ଥାପନ କରିବେ ଅପରାଜିତା ଷଡ଼ଙ୍ଗୀ। ଜୁଲାଇ ୨ ତାରିଖ ସକାଳ ୧୧ଟା ସମୟରେ ଭର୍ଚୁଆଲ୍ ରାଲି ମାଧ୍ୟମରେ ଭୁବନେଶ୍ୱର ସାଂସଦ ଭାବରେ ନିଜର ବାର୍ଷିକ ରିପୋର୍ଟ କାର୍ଡ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉପସ୍ଥାପନ କରିବେ ଅପରାଜିତା ଷଡ଼ଙ୍ଗୀ