ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଆତଙ୍କ ବିସ୍ତାର କରୁଥିବା ଅଧିକାଂଶ ହେଉଛନ୍ତି ଉଚ୍ଚ ଶିକ୍ଷିତ ଏବଂ ସୁଦକ୍ଷ ବୋଲି ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଲେ, ସମଗ୍ର ବିଶ୍ୱରେ ଆତଙ୍କ ଏବଂ ହିଂସା ବିସ୍ତାର କରୁଥିବା ଅଧିକାଂଶ ଲୋକ ହେଉଛନ୍ତି ଉଚ୍ଚ ଶିକ୍ଷିତ ଏବଂ ସୁଦକ୍ଷ। ଅପର ପକ୍ଷେ, ଏମିତି ଲୋକେ ବି ଅଛନ୍ତି ଯେଉଁମାନେ ହସ୍ପିଟାଲ୍ ଏବଂ ଲାବ୍ରୋଟରିରେ ରହି ଲୋକମାନଙ୍କୁ କୋଭିଡ୍ ଭଳି ମହାମାରୀରୁ ରକ୍ଷା କରିବା ଲାଗି ନିଜ ଜୀବନକୁ ବିପଦଗ୍ରସ୍ତ କରୁଛନ୍ତି।
ଏହା ଆଦର୍ଶବାଦର କଥା ନୁହେଁ, ମନୋଭାବର କଥା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଜଣେ ଯାହା କରେ, ତାହା ତାଙ୍କ ମନୋଭାବର ସକାରତ୍ମକା କିଂବା ନକାରାତ୍ମକତା ଉପରେ ନିର୍ଭର କରେ। ଉଭୟଙ୍କ ପାଇଁ ସୁଯୋଗ ରହିଛି। ଉଭୟଙ୍କ ପାଇଁ ପଥ ଉନ୍ମୁକ୍ତ। ଆମେ ସମସ୍ୟା ନା, ସମାଧାନର ପକ୍ଷ ନେବା ତାହା ଆମ ହାତର କଥା।