ବିଶ୍ୱବ୍ୟାପୀ ଧିମାପଡ଼ିଲା ଗୁଗୁଲ : ଜି-ମେଲ (G-mail)ଡାଉନ , ଲଗ୍ଇନ କରିପାରୁ ନାହାନ୍ତି ୟୁଜର,ଯାଉନି ମେସେଜ୍, ଲୋକେ ହନ୍ତସନ୍ତ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୧/୦୮ : ବିଶ୍ଵରେ ବହୁଳ ବ୍ୟବହାରକାରୀ ଇଣ୍ଟରନେଟ୍ ସେବା ‘ଗୁଗୁଲ୍’ ଆଜି ସକାଳୁ ଧିମା ହୋଇଯାଇଛି। ଡାଉନ୍ଟାଇମ୍ ଟ୍ରାକିଂ ଓ୍ଵେବସାଇଟ୍ ‘ଡାଉନ୍ଡିଟେକ୍ଟର’ର ତଥ୍ୟ ଅନୁସାରେ ଆଜି ସକାଳ ୯.୩୦ରୁ ଗୁଗୁଲ୍ ସେବା ଧିମା ହୋଇପଡ଼ିଛି। ଏହା କେବଳ କିଛି ନିର୍ଦ୍ଧିଷ୍ଟ ଅଞ୍ଚଳ କିମ୍ଵା ଦେଶ ନୁହେଁ, ସମଗ୍ର ବିଶ୍ଵବ୍ୟାପୀ ଏହି ସମସ୍ୟା ଦେଖାଯାଇଥିବା ଓ୍ଵେବସାଇଟ୍ ପକ୍ଷରୁ ସୂଚନା ମିଳିଛି।ବିଶ୍ଵବ୍ୟାପୀ ଧିମା ହୋଇପଡ଼ିଛି ଗୁଗଲ୍। ଜି-ମେଲ୍, ଗୁଗୁଲ୍ ଡ୍ରାଇଭ୍, ଗୁଗୁଲ୍ ଡକୁମେଣ୍ଟ ସମେତ ଗୁଗୁଲ୍ର ଅନ୍ୟ ସମସ୍ତ ସେବାରେ ବିଶ୍ଵବ୍ୟାପୀ ସମସ୍ୟା ଦେଖାଯାଇଛି। ଯାହାକୁ ନେଇ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ଗୁରୁବାର ସକାଳୁ ଜି-ମେଲ୍ରେ ମେସେଜ ପଠାଇବା ଏବଂ ଗୁଗୁଲ୍ ଡ୍ରାଇଭ୍ରେ ଫାଇଲ୍ ଆଦି ଅପଲୋଡ୍ କରିବାରେ ଅନେକ ସମସ୍ୟା ଦେଖାଯାଇଥିଲା। ଏନେଇ ବ୍ୟବହାରକାରୀମାନେ ସାମାଜିକ ଗଣମାଧ୍ୟମ ଜରିଆରେ ନିଜର କ୍ଷୋଭ ପ୍ରକାଶ କରିଥିଲେ। ଏହାସହ ଗୁଗୁଲ୍ ଡକୁମେଣ୍ଟ ଏବଂ ଗୁଗୁଲ୍ ମିଟ୍ ବ୍ୟବହାରରେ ମଧ୍ୟ ସମସ୍ୟା ଦେଖା ଦେଇଥିବା ବ୍ୟବହାରକାରୀମାନେ କହିଥିଲେ।
ନୂଆଦିଲ୍ଲୀ: ଇଣ୍ଡିଆରେ ଡାଉନ୍ ହେଲା G-mail । ମେଲ୍ ଲଗ୍-ଇନ କରିବାରେ ଅସୁବିଧା ହେଉଛି। ଯଦି ବି ଲଗ୍ଇନ ହେଉଛି ତେବେ ମେଲ୍ ଯାଉନି କି ଆସୁନି ବୋଲି ୟୁଜରମାନେ ଅଭିଯୋଗ କରୁଛନ୍ତି। ଏହି ଅଭିଯୋଗକୁ ମଧ୍ୟ ସ୍ୱୀକାର କରିଛି ଗୁଗଲ।
G-mail ଡାଉନ୍ ଥିବା ଅଭିଯୋଗର ଉପରେ ଗୁଗଲ କହିଛି “ ଏହି ଘଟଣାର କାରଣ ଜାଣିବା ପାଇଁ ଆମ ଟିମ କାମ କରୁଛି। ସମସ୍ୟା ବିଷୟରେ ଆମେ ଆପଣଙ୍କୁ ସମୟରେ ସମୟରେ ଅପ୍ଡେଟ୍ ଖବର ଦେବୁ। ଆପଣଙ୍କ ସହଯୋଗ ପାଇଁ ଧନ୍ୟବାଦ।”
ତେବେ କେବଳ ଭାରତରେ ନୁହେଁ ଅନ୍ୟ କେତେକ ଦେଶରେ ସମାନ ସମସ୍ୟା ଦେଖା ଦେଇଛି। ଜି-ମେଲ୍ ସହିତ ଗୁଗଲ ଡ୍ରାଇଭ୍ରେ ମଧ୍ୟ ସମସ୍ୟା ଦେଖା ଦେଇଛି। ଏହାପରେ ୟୁଜରମାନେ ସମସ୍ୟା ବିଷୟରେ ଗୁଗଲକୁ ଟ୍ୱିଟ କରିବା ପରେ ଗୁଗଲ ସମସ୍ୟା ସ୍ୱୀକାର କରିବା ସହିତ ସମାଧାନ ପାଇଁ ଲାଗିଥିବା କହିଛି।
ଭାରତରେ ଦିନ ୧୧ଟାରୁ ଜି-ମେଲ୍ରେ ସମସ୍ୟା ଦେଖା ଦେଇଛି। ଡାଉନ୍ ଡିଟେକ୍ଟର ଅନୁସାରେ, ୬୨ ପ୍ରତିଶତ ଲୋକ ସେଣ୍ଟ ଆଟାଚ୍ମେଣ୍ଟ କରିପାରୁ ନଥିବା ବେଳେ ୨୭ ପ୍ରତିଶତ ଲୋକେ ଲଗ୍-ଇନ କରିପାରୁ ନାହିଁନ୍ତି। ସେହିଭଳି ୧୦ ପ୍ରତିଶତ ଲୋକ ମେଲ୍ ରିସିଭ୍ କରିପାରୁ ନଥିବା ଅଭିଯୋଗ ହୋଇଛି।
ଅପରପକ୍ଷେ ‘ଜି-ସୁଟ୍’ ଷ୍ଟାଟସ୍ ଡାସ୍ବୋର୍ଡର ତଥ୍ୟ ଅନୁସାରେ ଗୁଗୁଲ୍ ଡ୍ରାଇଭରେ ଫାଇଲ୍ ଅପଲୋଡ୍, ଗୁଗୁଲ୍ ଡକ୍ସରେ ଟେକ୍ସ୍ଟ ଏବଂ ଗୁଗୁଲ୍ ମିଟ୍ରେ ଭିଡିଓ ଆଦି କରିବାରେ ସମସ୍ୟା ଦେଖାଦେଇଛି। ଗୁଗୁଲ୍ କ୍ଲାଉଡରେ କିଛି ତ୍ରୁଟି ଥିବାରୁ ଏହି ସମସ୍ୟା ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି। ତେବେ ଗୁଗୁଲ୍ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ।