![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ବେଆଇନ ଗୋ ହତ୍ୟା ଓ ଗୋ ମାଂସ ବିକ୍ରି ଅଭିଯୋଗ ରେ ରାଜଗାଙ୍ଗପୁର ଥାନା ରେ ତିନି ଅଟକ(ରାଜଗାଙ୍ଗପୁର ରୁ କଳିଙ୍ଗ ଜ୍ୟୋତି ବ୍ୟୁରୋ ଚିଫ ସୌମ୍ୟଜୀତ ସ୍ୱାଇଁ ଙ୍କ ରିପୋର୍ଟ) ।ଖବର ନେବାରେ ଜଣା ପଡ଼ିଛି ଯେ ,୧ ତାରିଖ ପ୍ରାୟ ସକାଳ ୯ଟା ସମୟରେ ରୁମାବାହାଲ ନିକଟରେ ଥିବା କାଜୁ ବଣ ରେ କିଛି ଦୁର୍ବୃତ୍ତ ବେଆଇନ ଭାବେ ଗୋ ହତ୍ୟା କରି ଗୋ ମାଂସ ବ୍ୟବସାୟ କରୁଥିବାର ଗ୍ରାମବାସୀ ମାନେ ଜାଣିବାକୁ ପାଇଥିଲେ ଓ ସେମାନେ ଏହାକୁ ବିରୋଧ କରିବାରୁ ଦୁର୍ବୃତ୍ତ ମାନେ ଗ୍ରାମବାସୀ ମାନଙ୍କୁ ଧରିଥିବା ମାରଣାସ୍ତ୍ର ରେ ଆକ୍ରମଣ କରିଥିଲେ ।ଫଳରେ କୌଣସି ଉପାୟ ନପାଇ ରାଜଗାଙ୍ଗପୁର ର ବଜରଙ୍ଗ ଦଳ କୁ ଜଣାଇଥିଲେ । ଖବର ପାଇବା ମାତ୍ରେ ବଜରଙ୍ଗ ଦଳର କର୍ମକର୍ତ୍ତା ସେଠାରେ ଚଢ଼ାଉ କରି ସେହି ଜାଗାରୁ ୩ ଜଣ ଦୁର୍ବୁତ୍ତ କୁ କାବୁ କରି ପାରିଥିଲେ ଓ ମୁଖ୍ୟ ଅଭିଯୁକ୍ତ ରାମୁ ଓ ଅନ୍ୟ ଜଣେ ଫେରାର ହୋଇଯାଇଥିଲେ।୩ ଜଣ ଦୁର୍ବୃତ୍ତ କୁ ବଜରଙ୍ଗ ଦଳର କର୍ମକର୍ତ୍ତା ମାନେ ରାଜଗାଙ୍ଗପୁର ଥାନା ରେ ଜିମା ଦେଇଥିଲେ।ଗୋ ହତ୍ୟା ,ଗୋ ମାଂସ ଓ ଗୋ ଚାଲାଣ କରିବା ଆଇନ ଅନୁସାରେ ଏକ ଦଣ୍ଡନୀୟ ଅପରାଧ ହୋଇଥିଲେ ମଧ୍ୟ ଦୁର୍ବୃତ୍ତ ମାନେ ନିର୍ଭୀକ ଭାବରେ ନିଜର ବ୍ୟବସାୟ ଚଳାଇଛନ୍ତି।କିଛି ଦିନ ତଳେ ନୂଆଗାଁ ନିକଟରେ ଏକ ପିକ ଅପ ଗାଡି ମାଧ୍ୟମରେ ୧୦ ଟି ଗୋରୁ ଚାଲାଣ ହେଉଥିବା ବେଳେ ଗ୍ରାମବାସୀ ଓ ବଜରଙ୍ଗ ଦଳ ର ମିଳିତ ସହାୟତାରେ ଗାଡି ଓ ଗାଈ କୁ ବ୍ରାହ୍ମଣୀ ତରଙ୍ଗ ପୋଲିସ କୁ ଜିମା ଦେଇଥିଲେ।ଦିନକୁ ଦିନ ଗୋ ଚାଲାଣ ଓ ଗୋରୁ ହତ୍ୟା ବଢ଼ିବାରେ ଲାଗିଛି ତେଣୁ ସମାଜରେ ଗାଈ ମାନେ ଅସୁରକ୍ଷିତ ଭାବେ ଅଛନ୍ତି।ପ୍ରଶାସନ ପକ୍ଷରୁ କୌଣସି ପ୍ରକାରର ଦୃଷ୍ଟାନ୍ତ ମୁଳକ ପଦକ୍ଷେପ ନିଆଯାଉନାହିଁ।ତେଣୁ ଦୁର୍ବୃତ୍ତ ମାନେ ଗୋ ହତ୍ୟା କରିବାକୁ ପଛାଉ ନାହାଁନ୍ତି।ରାଜଗାଙ୍ଗପୁର ସହରର ବିଭିନ୍ନ ଅଞ୍ଚଳ ରେ ଗୋ ହତ୍ୟା କରିବା ସହ ବ୍ୟବସାୟ କରିବା ଥିବାର ଅଭିଯୋଗ ମଧ୍ୟ ଆସୁଛି।