କଳିଙ୍ଗ ଜ୍ୟୋତି ବ୍ୟୁରୋ ନିଶ୍ଚିନ୍ତକୋଇଲି ୨୭।୦୬: ବ୍ୟାଙ୍କ କର୍ମଚାରୀ ଙ୍କୁ ଲୁହା ରଡ଼ରେ ମରଣାନ୍ତକ ଆକ୍ରମଣ ।ମାହାଙ୍ଗା ଥାନା ଭଦ୍ରେଶ୍ୱର ଫାଣ୍ଡି ଅନ୍ତର୍ଗତ କାନରା ବ୍ୟାଙ୍କର ଫିଲଡ଼ ଅଫିସର ହୃଦାନନ୍ଦ ସିଂହଙ୍କ ଆକ୍ରମଣ ହୋଇଛି । ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲେରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ଦିନ ସଂଧ୍ୟା ସାଢେ ସାତଟା ବେଳେ ନିଜ ଘର ଡେରାବିଶ ଲଷ୍ମୀନାରାୟଣପୁରକୁ ଫେରୁଥିଲେ ବ୍ୟାଙ୍କ କର୍ମଚାରୀ । ଠିକ୍ ଏହି ସମୟରେ ନିଶ୍ଚିନ୍ତକୋଇଲି ଲଳିତଗିରି ରାସ୍ତାର ଗୌଡ଼ ଗୋପ ବଜାର ନିକଟରେ ତାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଜଣେ ହାଇୱା ଟ୍ରକ ଚାଳକ ଲୁହାରଡ଼ରେ ଅତର୍କିତ ଭାବେ ଆକ୍ରମଣ କରିଛନ୍ତି । ଆକ୍ରମଣରେ ବ୍ୟାଙ୍କ କର୍ମଚାରୀଙ୍କ ମୁଣ୍ଡ ଓ ବିଭିନ୍ନ ଅଙ୍ଗରେ ଗଭୀର କ୍ଷତ ଲାଗିବା ସହ ରକ୍ତ ସ୍ରାବ ହୋଇଛି । ତେବେ ତାଙ୍କୁ ଘଟଣାସ୍ଥଳରୁ ଗୁରୁତର ଭାବେ ଉଦ୍ଧାର କରି କଟକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ସମ୍ପୃକ୍ତ ଗାଡିଚାଳକଙ୍କ ନାମ ହୃଦାନନ୍ଦ ଏବଂ ତାଙ୍କ ଗାଁ ଡେରାବିଶ ଥାନା ଲକ୍ଷ୍ମୀନାରାୟଣପୁର ଗାଁରେ । ରାସ୍ତାରେ ବାଲି ଗଦା କରିବା ସହ ଗାଁ ରାସ୍ତାଟିକୁ ଭାଙ୍ଗି ଦେଉଥିବାକୁ ବିରୋଧ କରିବାରୁ ବ୍ୟାଙ୍କ କର୍ମଚାରୀଙ୍କ ଉପରେ ଏହି ମରଣାନ୍ତକ ଆକ୍ରମଣ ହୋଇଥିବା ଭଦ୍ରେଶ୍ୱର ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ପରେ ଫାଣ୍ଡି ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଅଭିଯୁକ୍ତ ଗାଡିଚାଳକ ଫେରାର ହୋଇଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।