![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭବାନୀପାଟଣା ୨୫/୦୭: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ କାର୍ଯ୍ୟରତ ୧୦ ପୁଲିସ୍ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରିଜର୍ଭ ପୁଲିସ୍ର ୫ ,ଟାଉନ ଥାନାରୁ ୩, ସଦର ଥାନାରୁ ଜଣେ ଓ IRB ବାଟାଲିଅନରୁ ଜଣେ କରୋନାରେ ସଂକ୍ରମିତ ହୋଇଛନ୍ତି।
![](https://i0.wp.com/kalingajyoti.com/wp-content/uploads/2020/07/nngngngh.jpg?resize=415%2C276&ssl=1)
ଏହାପରେ ଭବାନୀପାଟଣା ସହରକୁ ଶନିବାର ଓ ରବିବାର ମଧ୍ୟ ରାତ୍ର ଯାଏ ଜିଲ୍ଲାପାଳ ଶଟ୍ଡାଉନ୍ ଘୋଷଣା କରିଛନ୍ତି। ତେବେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ବଜାୟ ରଖିବା ଏବଂ ଭୟଭୀତ ନହେବାକୁ ଜନସାଧାରଣଙ୍କୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବି ଗଙ୍ଗାଧର ପରାମର୍ଶ ଦେଇଛନ୍ତି।
![](https://kalingajyoti.com/wp-content/uploads/2020/07/ghmnjhf.jpg)
ଅନ୍ୟପକ୍ଷରେ ଭବାନୀପାଟଣା ସହରସ୍ଥିତ ପୁରୁଣାପଡାରୁ ଜଣେ ଓ ଶକ୍ତି ନଗରପଡ଼ାରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏହି ଅଞ୍ଚଳକୁ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି।
![](https://i0.wp.com/kalingajyoti.com/wp-content/uploads/2020/07/mnhmjhm.jpg?resize=442%2C294&ssl=1)
ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୦ରେ ପହଞ୍ଚିଛି। ସେଥିମଧ୍ୟରୁ ୮୨ ଜଣ ସୁସ୍ଥ ହୋଇ ସାରିଲେଣି। ୨୮ ଜଣ ବିଭିନ୍ନ କୋଭିଡ୍ ହସପିଟାଲରେ ଚିକିତ୍ସିତ ହେଉଛନ୍ତି।