ମୁମ୍ବାଇ ୧୯।୨: ଜଣେ ସାଧାରଣ ମଣିଷ ହେଉ କିମ୍ବା କୌଣସି ସେଲିବ୍ରିଟି ସମସ୍ତଙ୍କ ପାଇଁ ମା ହେବାର ଅନୁଭବ ସ୍ୱତନ୍ତ୍ର ହୋଇଥାଏ। ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ଦ୍ୱିତୀୟ ଥର ପାଇଁ ମା ହେବାକୁ ଯାଉଛନ୍ତି। ପରିବାର ସଦସ୍ୟଙ୍କ ସହିତ ତାଙ୍କର ଫ୍ୟାନ୍ସ ମଧ୍ୟ ଆସୁଥିବା ଅତିଥିଙ୍କ ପାଇଁ ବହୁତ ଉତ୍ସାହିତ ଅଛନ୍ତି।
ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି କି, କରୀନାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, କିନ୍ତୁ କରୀନାଙ୍କ ପୋଷ୍ଟ ଏବଂ ସୋସିଆଲ ମିଡିଆରେ ଇନଷ୍ଟା କାହାଣୀ ଦେଖିଲେ ଲାଗୁଛି ସେ ଘରେ ଅଛନ୍ତି। କରୀନା କପୁର ଖାନଙ୍କ ପ୍ରସବ ପୂର୍ବରୁ ତାଙ୍କ ଦ୍ୱିତୀୟ ସନ୍ତାନ ପାଇଁ ଉପହାର ଆସିବା ଆରମ୍ଭ ହୋଇଯାଇଛି। ତେବେ କରୀନା ପୁଣି ଥରେ ପୁତ୍ର ସନ୍ତାନ ଜନ୍ମ ଦେବେ କି କନ୍ୟା ସନ୍ତାନ, ଏହାକୁ ନେଇ ଆଲୋଚନ ଜୋର ଧରିଛି। ଏସବୁ ଭିତରେ ଜଣେ ଜ୍ୟୋତିଷ କରୀନାଙ୍କୁ ନେଇ ଭବିଷ୍ୟବାଣୀ କରିଛନ୍ତି।
କରୀନା କପୁର ଖାନ ଏବଂ ସୈଫ ଅଲି ଖାନଙ୍କ ଦ୍ୱିତୀୟ ଶିଶୁକୁ ନେଇ ଜ୍ୟୋତିଷ ଭବିଷ୍ୟବାଣୀ କରିଛନ୍ତି। ଇଏ ସେହି ଜ୍ୟୋତିଷ, ଯିଏ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କ ଘରକୁ ଆସିଥିବା କନ୍ୟା ସନ୍ତାନଙ୍କ ଭବିଷ୍ୟବାଣୀ କରିଥିଲେ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏଥର କରୀନା କନ୍ୟା ସନ୍ତାନା ମାଆ ହେବାକୁ ଯାଉଛନ୍ତି। ଅଗଷ୍ଟ ୨୦୨୦ରେ କରୀନା ଫ୍ୟାନ୍ସଙ୍କ ସହ ଗର୍ଭବତୀ ହେବା ନେଇ ଖୁସି ଖବର ସେୟାର କରିଥିଲେ।