![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲରେ ଦେଖାଯାଇଥିବା ନୂଆ ଭାରିଏଣ୍ଟ (ପ୍ରକାର) କରୋନା ଭୂତାଣୁ ଭାରତକୁ ସଂକ୍ରମିତ ହୋଇଛି। ଭାରତକୁ ଏହି ନୂଆ ପ୍ରକାରର ଭୂତାଣୁ ସଂକ୍ରମଣ ସମ୍ପର୍କରେ ଆଇସିଏମ୍ଆର ମହାନିର୍ଦେଶକ ଡାକ୍ତର ବଳରାମ ଭାର୍ଗବ ମଙ୍ଗଳବାର ସୂଚନା ଦେଇଛନ୍ତି। ଜଣେ ଭାରତୀୟ ବ୍ରାଜିଲ ଭାରିଏଣ୍ଟ ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବାବେଳେ ୪ଜଣ ଦକ୍ଷିଣ ଆଫ୍ରିକା ଭାରିଏଣ୍ଟ ଦ୍ବାରା ସଂକ୍ରମିତ ହୋଇଛନ୍ତି। ସଂକ୍ରମିତ ବ୍ୟକ୍ତି ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି। ଦକ୍ଷିଣ ଆଫ୍ରିକା ଭୂତାଣୁ ସଂକ୍ରମିତ ଭାରତୀୟମାନେ ନିକଟରେ ବିଭିନ୍ନ ଆଫ୍ରିକୀୟ ରାଷ୍ଟ୍ରରୁ ଫେରିଥିଲେ।
ଦକ୍ଷିଣ ଆଫ୍ରିକା ଭୂତାଣୁ ବିଶ୍ବର ୪୪ଟି ଦେଶକୁ ବ୍ୟାପିଲାଣି। ଦକ୍ଷିଣ ଆଫ୍ରିକା ଭାରିଏଣ୍ଟ ଭୂତାଣୁ ଅଲଗା କରିବା ଓ ଏହାର ଅନୁଧ୍ୟାନ କାର୍ୟ୍ୟ ଆଇସିଏମଆର ଓ ଏନଆଇଭି କରୁଛନ୍ତି। ସେହିପରି ଆଇସିଏମଆର ଓ ଏନଆଇଭି ପୁଣେ ବ୍ରାଜିଲ ଭାରିଏଣ୍ଟ ଭୂତାଣୁକୁ ଅଲଗା ଓ ଅନୁଧ୍ୟାନ କରୁଛି। ଏହା ପୂର୍ବରୁ ଭାରତକୁ ବ୍ରିଟେନ ଭାରିଏଣ୍ଟ ଭୂତାଣୁ ସଂକ୍ରମିତ ହୋଇଛି। ଏହି ଭୂତାଣୁ ଦ୍ବାରା ୧୮୭ଜଣ ଆକ୍ରାନ୍ତ ହୋଇଥିବାବେଳେ କେହି ପ୍ରାଣ ହରାଇନାହାନ୍ତି।