ଭୁବନେଶ୍ବର: ରାଜ୍ୟରେ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି। ରାଜ୍ୟରେ କୋଭିଡ୍ ଲକ୍ଡାଉନ୍ କାରଣରୁ ପିପିଲି ଉପନିର୍ବାଚନ ସ୍ଥଗିତ ରଖାଯାଇଛି। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା କାରଣରୁ ପିପିଲିରେ ଉପନିର୍ବାଚନ ସ୍ଥଗିତ ରଖାଯାଇଛି। ଏ ନେଇ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ରାଜ୍ୟ ନିର୍ବାଚନ କମିଶନରଙ୍କ ରିପୋର୍ଟ ଆଧାରରେ ପିପିଲିରେ ଉପନିର୍ବାଚନକୁ ସ୍ଥଗିତ ରଖାଯିବା ନେଇ ଭାରତୀୟ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ସେଥିପାଇଁ ଏବେ ଆଉ ପିପିଲି ଉପନିର୍ବାଚନ ହେବ ନାହିଁ। ତେଣୁ ପିପିଲିରେ ନିର୍ବାଚନ ଆଚରଣବିଧିକୁ ଉଠାଇ ଦିଆଯାଇଛି। ପିଲିଲି ନିର୍ବାଚନ ପାଇଁ ପୁଣିଥରେ ବିଜ୍ଞପ୍ତି ପ୍ରକାଶ ପାଇବ। ସେହି ଅନୁଯାୟୀ ପିପିଲିରେ ଉପନିର୍ବାଚନ କରାଯବ ବୋଲି ଜଣାଯାଇଛି। ପିପିଲି ଉପନିର୍ବାଚନ ମେ’ ୧୬ ତାରିଖରେ କରାଯିବା ନେଇ ଧାର୍ଯ୍ୟ କରାଯାଇଥିଲା। ଏହାପୂର୍ବରୁ ପିପିଲି ଉପନିର୍ବାଚନ ମେ’ ୧୩ରେ ହେବାର ଥିଲା।