![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
![](https://i0.wp.com/kalingajyoti.com/wp-content/uploads/2020/06/djdjkdykjfdy.jpg?resize=413%2C283)
କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୩୦/୦୬ : ଭାରତ ସରକାର ଲୋକପ୍ରିୟ ଭିଡିଓ ସେୟାରିଂ ମୋବାଇଲ ଆପ ଟିକଟକକୁ ନିଷିଦ୍ଧ କରିବା ପରେ ଟିକଟକ ପକ୍ଷରୁ ଆଜି ଏକ ବୟାନ ଜାରି କରାଯାଇଛି ।
ଟିକଟକ ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ନିଜର ପକ୍ଷ ରଖିବାକୁ ଓ ଆବଶ୍ୟକ ସ୍ପଷ୍ଟୀକରଣ ଦେବାକୁ ସରକାରଙ୍କ ପକ୍ଷରୁ ଡକାଯାଇଛି । ତଥ୍ୟ ସୁରକ୍ଷା ପାଇଁ ଏପର୍ଯ୍ୟନ୍ତ ସବୁପ୍ରକାରର ଭାରତୀୟ ଆଇନକୁ ଟିକଟକ ପାଳନ କରିଆସିଛି । କମ୍ପାନି ନିଜ ୟୁଜରଙ୍କ ତଥ୍ୟ ଚୀନ କିମ୍ବା ଅନ୍ୟ କୌଣସି ବିଦେଶୀ ସରକାରଙ୍କୁ ପ୍ରଦାନ କରିନାହିଁ । ସରକାର ଅନୁମତି ଦେଲେ ଆଗକୁ ମଧ୍ୟ ଏହା ବଜାୟ ରଖିବୁ । ଗୋପନୀୟତା ଓ ସ୍ୱଚ୍ଚତା ରକ୍ଷା ଉପରେ କମ୍ପାନି ସର୍ବାଧିକ ଗୁରୁତ୍ୱ ଦେଇଥାଏ ବୋଲି ଟିକଟକ ଇଣ୍ଡିଆର ମୁଖ୍ୟ ନିଖିଲ ଗାନ୍ଧି କହିଛନ୍ତି ।
![](https://kalingajyoti.com/wp-content/uploads/2020/06/tjtykj.png)
ଟିକଟକ ଏବେ ୧୪ଟି ଭାରତୀୟ ଭାଷାରେ ଉପଲବ୍ଧ ରହିଛି ଓ ଲକ୍ଷ ଲକ୍ଷ ୟୁଜର, କଳାକାର, କାହାଣୀକାର, ଶିକ୍ଷାପ୍ରଦାନକାରୀ, ତାଲିମ ପ୍ରଦାନକାରୀ ଏହା ମାଧ୍ୟମରେ ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି ବୋଲି ସେ କହିଛନ୍ତି ।
ଗତ କାଲି ସରକାର ଟିକଟକ ସମେତ ମୋଟ ୫୯ଟି ଚାଇନିଜ ମୋବାଇଲ ଆପକୁ ଭାରତରେ ନିଷିଦ୍ଧ କରିଥିଲେ । ଏସବୁ ଆପକୁ ନେଇ ଗୁଇନ୍ଦା ବାହିନୀ ସତର୍କତା ଜାରି କରିବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି । ଚୀନ ମୋବାଇଲ ଆପଗୁଡ଼ିକ ବ୍ୟକ୍ତିଗତ ତଥ୍ୟ ଚୋରାଉଥିବା ନେଇ ଗତ ସପ୍ତାହରେ ଗୁଇନ୍ଦାସଂସ୍ଥାଗୁଡ଼ିକ ସତର୍କତା ଜାରି କରି କରିଥିଲେ । ଏହି ଆପଗୁଡ଼ିକ ନିରାପଦ ନୁହଁନ୍ତି ଓ ବ୍ୟବହାରକାରୀର ବ୍ୟକ୍ତିଗତ ତଥ୍ୟ ଚୋରାଇ ନେଉଥିବା ଅଭିଯୋଗ ହୋଇଛି ।