ନୂଆଦିଲ୍ଲୀ (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୯/୦୬ : ଗଲୱାନ୍ ହିଂସା ପରିପ୍ରେକ୍ଷୀରେ ଆସନ୍ତାକାଲି ଭାରତ ଏବଂ ଚୀନ୍ ମଧ୍ୟରେ କର୍ପସ କମାଣ୍ଡର ସ୍ତରର ଆଲୋଚନା ହେବ। ଭାରତ-ଚୀନ ମଧ୍ୟରେ ସୀମାନ୍ତରେ ଉତ୍ତେଜନା ବଢି ଚାଲିଥିବା ବେଳେ ମଙ୍ଗଳବାର ଦିନ ଲେହର ଚୁସୁଲ ଜିଲ୍ଲାରେ ସାମରିକ ସ୍ତରୀୟ ଆଲୋଚନା ହେବ। ଏହି ସମସ୍ତ ବିଷୟରେ ଅବଗତ ଥିବା ଏକ ଉତ୍ସ ଏହି ବିଷୟରେ ସୂଚନା ଦେଇଛି । ମଙ୍ଗଳବାର ଦିନ ଚୁସୁଲରେ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା ହେବ ବୋଲି ସେ ସୂଚନା ଦେଇଛନ୍ତି। ଭାରତ ଏବଂ ଚୀନ୍ର ସର୍ବୋଚ୍ଚ ସାମରିକ ସ୍ତରର ପ୍ରତିନିଧୀମାନେ ତୃତୀୟ ଥର ପାଇଁ ପରସ୍ପରକୁ ଭେଟିବେ। ଏହାପୂର୍ବରୁ ଦୁଇ ଥର କର୍ପ କମାଣ୍ଡର ସ୍ତରୀୟ ବୈଠକ ଜୁନ୍ ୬ ଏବଂ ଜୁନ୍ ୨୨ରେ ଅନୁଷ୍ଠିତ ହୋଇଥିଲା।