ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାୟକ। ବାରଙ୍ଗ ତହସିଲଦାରଙ୍କ ଗାଡ଼ିରୁ ୧ଲକ୍ଷ ୭ହଜାର ଟଙ୍କା ଜବତ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ତହସିଲଦାର ବିଚିତ୍ରାନନ୍ଦ ନାୟକଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି। ତହସିଲଦାର ବିଚିତ୍ରାନନ୍ଦ ନାୟକ ଧରାପଡ଼ିବା ନେଇ କଟକ ଭିଜିଲାନ୍ସ ଏସ୍ପିଙ୍କ ସୂଚନା ଦେଇଛନ୍ତି।