![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
![](https://i0.wp.com/kalingajyoti.com/wp-content/uploads/2020/07/eretert.jpg?resize=469%2C323)
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୭/୦୭ : ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ ଲୋକାଲ୍ କେସ୍ ଅଧିକ ବାହାରୁ ଥିବାରୁ ବିଏମ୍ସି ପକ୍ଷରୁ ଏହାକୁ ପ୍ରତିହତ କରିବା ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଚଳିତ ସପ୍ତାହରୁ ଭୁବନେଶ୍ବରରେ ରାପିଡ୍ ଆଣ୍ଟିବଡି ଟେଷ୍ଟ କରାଯିବ େବାଲି ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।
![](https://kalingajyoti.com/wp-content/uploads/2020/07/fgsgsf.jpg)
ଭୁବନେଶ୍ବରରେ ପ୍ରାୟ ୨୦୦୦ରୁ ୨୫୦୦ ପର୍ଯ୍ୟନ୍ତ ରାପିଡ୍ ଆଣ୍ଟିବଡ଼ି ଟେଷ୍ଟ କରାଯିବା ପାଇଁ ଟାର୍ଗେଟ୍ ରହିଛି। କେଉଁ ଅଞ୍ଚଳରେ କିଭଳି ଆଣ୍ଟିବଡ଼ି ଟେଷ୍ଟ କରାଯିବ ସେଥିପାଇଁ ଯୋଜନା ଚାଲିଛି।
![](https://i0.wp.com/kalingajyoti.com/wp-content/uploads/2020/07/ggsgs.jpg?resize=504%2C335)
ତେବେ ଭୁବନେଶ୍ବରକୁ ସଟ୍ଡାଉନ୍ କରାଯିବା ନେଇ କୌଣସି ଆଲୋଚନା କରାଯାଇନାହିଁ ବୋଲି ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ପ୍ରକାଶ କରିଛନ୍ତି।