![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
![](https://i0.wp.com/kalingajyoti.com/wp-content/uploads/2020/07/vregrhrth.jpg?resize=445%2C274)
କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୦୨/୦୭:ଭୁବନେଶ୍ବର ର ବରମୁଣ୍ଡା ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲକୁ ସିଲ୍ କରିଛି ବିଏମ୍ସି। କରୋନା କଟକଣା ଠିକ୍ ଭାବେ ପାଳନ ନ ହେବା ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଏମ୍ସି । ଅନଲକ୍ 2,.0ରେ ରାଜ୍ୟସରକାର ଘରୋଇ ହସ୍ପିଟାଲ ପାଇଁ ନୂତନ ଏସ୍ଓପି ଜାରି କରିଛନ୍ତି । ନିକଟରେ ଘରୋଇ ହସ୍ପିଟାଲଗୁଡିକରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏନେଇ କଡା କାର୍ଯ୍ୟାନୁଷ୍ଠାନମାନ ଗ୍ରହଣ କରାଯାଉଛି।
![](https://kalingajyoti.com/wp-content/uploads/2020/07/ghgnhh.jpg)
ନିକଟରେ ମଞ୍ଚେଶ୍ବର ବ୍ଲୁ ହ୍ବିଲ୍ ହସ୍ପିଟାଲରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍ସି ପକ୍ଷରୁ ସିଲ୍ କରାଯାଇଥିଲା । ଗତକାଲି ମଧ୍ୟ ସାମାଜିକ ଦୂରତ୍ବ ତଥା କରୋନା କଟକଣା ଠିକ୍ ରୂପେ ପାଳନ ନ ହେଇଥିବା ନେଇ ଜିମ୍ ସମେତ ତିନୋଟି ବଡ ବଡ ଦୋକାନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ବିଏମ୍ସି ।
ସୂଚନାଯୋଗ୍ୟ, ଭୁବନେଶ୍ବର ସହରରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ଲୋକାଲ୍ କେସ୍ ବଢୁଥିବାରୁ ବିଏମ୍ସି ଏବେ ଦୃଢ କାର୍ଯ୍ୟାନୁଷ୍ଠାନମାନ ଗ୍ରହଣ କରୁଛି ।