![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
![](https://i0.wp.com/kalingajyoti.com/wp-content/uploads/2020/07/gsfdgsfg.jpg?resize=483%2C270)
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୫/୦୭: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏଟିସି ବିଭାଗରେ କାମ କରୁଥିବା ଏହି କର୍ମଚାରୀଙ୍କ ପତ୍ନୀ ଦୁଇ ସପ୍ତାହ ତଳେ କରୋନା ଆକ୍ରାନ୍ତ ହୋଇଥିଲେ।
![](https://kalingajyoti.com/wp-content/uploads/2020/07/HSHSRH.jpg)
ଏହାପରେ ଉକ୍ତ କର୍ମଚାରୀ ଜଣକ ନିୟମିତ ଡ୍ୟୁଟି କରୁଥିଲେ ହେଁ ତାଙ୍କ ନିକଟରେ ଲକ୍ଷଣ ଦେଖାଯିବା ପରେ ସ୍ବାବ୍ ସଂଗ୍ରହ ହୋଇଥିଲା। ଏଥିରୁ ସେ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଥିଲେ। ଏହାପରେ ବିମାନବନ୍ଦର କର୍ତ୍ତୃପକ୍ଷ ସେ କାର୍ଯ୍ୟ କରୁଥିବା ସିଫ୍ଟର ଅଧିକାରୀମାନଙ୍କୁ ସଙ୍ଗରୋଧରେ ପଠାଇଛନ୍ତି। ହେଲେ ଅନ୍ୟ କର୍ମଚାରୀମାନେ ସେ ବ୍ୟବହାର କରୁଥିବା ଜିନିଷ ବ୍ୟବହାର କରିଥିବାରୁ ସେମାନଙ୍କ ମନରେ ଭୟ ଖେଳିଯାଇଛି। ସମସ୍ତଙ୍କର କରୋନା ପରୀକ୍ଷା କରାନଯାଇ କେବଳ ଗୋଟିଏ ସିଫ୍ଟର କର୍ମଚାରୀଙ୍କୁ ସଙ୍ଗରୋଧରେ ପଠାଯାଇଥିବାରୁ କର୍ମଚାରୀମାନେ ଏହାକୁ ବିରୋଧ କରିଛନ୍ତି।