ନୂଆଦିଲ୍ଲୀ ୨୯/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଆମେରିକୀୟ କମ୍ପାନୀ ମଡର୍ଣ୍ଣା ଦ୍ୱାରା ପ୍ରସ୍ତୁତ କରୋନା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ(ଡିସିଜିଆଇ) ମଙ୍ଗଳବାର ଅନୁମତି ପ୍ରଦାନ କରିଛନ୍ତି। ମୁମ୍ବଇ ସ୍ଥିତ ଫାର୍ମା କମ୍ପାନୀ ସିପ୍ଲା ଏଣିକି ଏହି ଟିକାକୁ ଭାରତରେ ଆମଦାନୀ କରିପାରିବ ବୋଲି ସୂଚନା ମିଳିଛି। କୋଭିସିଲ୍ଡ, କୋଭାକ୍ସିନ ଓ ସ୍ପୁଟନିକ-ଭି ପରେ ମଡର୍ଣ୍ଣା ହେଉଛି ଚତୁର୍ଥ ଟିକା, ଯାହାକୁ ଭାରତରେ ବ୍ୟବହାର ପାଇଁ ଅନୁମତି ମିଳିଛି।
ସୂଚନାଯୋଗ୍ୟ, ଫାର୍ମା କମ୍ପାନୀ ସିପ୍ଲା ମଡର୍ଣ୍ଣା ଟିକାର ଆମଦାନୀ ଏବଂ ବଜାର ପ୍ରାଧିକରଣ ପାଇଁ ଡିସିଜିଆଇର ଅନୁମୋଦନ ଲୋଡିଥିଲା। ଡିସିଜିଆଇ ପକ୍ଷରୁ ଆଜି ଟିକା ଆମଦାନୀ ପାଇଁ ଏହି କମ୍ପାନୀକୁ ଅନୁମତି ମିଳିଛି।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ମଡର୍ଣ୍ଣାକୁ ପୂର୍ବରୁ ଅନୁମତି ମିଳିସାରିଛି। ଡବ୍ଲ୍ୟୁଏଚଓ କହିବା ମୁତାବକ, ମଡର୍ଣ୍ଣା ଟିକା କରୋନା ବିରୋଧରେ ୯୪.୧% ଫଳଫ୍ରଦ। ଏହି ଟିକାର ପ୍ରଥମ ପାନ ନେବାର ୧୪ ଦିନ ପରେ କରୋନା ହେବାର ଆଶଙ୍କା ୯୪.୧% ହ୍ରାସ ପାଇଥାଏ।