ମାହାଙ୍ଗା ବ୍ଲକ କୁଆଁପାଳଠାରେ ବୁଦ୍ଧିଜୀବୀ ନାଗରିକ ମଂଚ ପକ୍ଷରୁ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ମତଲୁବ ଅଲ୍ଲୀଙ୍କ ସ୍କୃତିରେ ସର୍ବଦଳୀୟ ପ୍ରାର୍ଥନା ସଭା
ମାହାଙ୍ଗା,(ଶ୍ରୀନିବାସ ନାୟକ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୯/୧୦: କେବଳ ରାଜନୀତି ପାଇଁ ଜଣେ ସବୁଠି ପୂଜା ପାଇନଥାଏ । ମାନବିକତା ହିଁ ସମାଜରେ ମଣିଷର ଅସଲ ପରିଚୟ । ସାହିତ୍ୟ ଓ ସଂସ୍କୃତିର ଅନବରତ ପ୍ରଚାର ଏବଂ ପ୍ରସାର ପାଇଁ ପ୍ରାକ୍ତନ ମନ୍ତ୍ରୀ ସେକ୍ ମତଲୁବ ଅଲୀ ଆଜି ମୃତ୍ୟୁ ପରେ ମଧ୍ୟ ସାଧାରଣ ଜନତାଙ୍କ ହୃଦୟରେ ବଂଚିପାରିବା ଏକ ଉଲ୍ଲେଖନୀୟ କଥା । ତାଙ୍କର ଅବର୍ତ୍ତମାନରେ କୁଆଁପାଳ ଠାରେ ଆୟୋଜିତ ସର୍ବଦଳୀୟ ପ୍ରାର୍ଥନା ସଭାରେ ଯୋଗଦେଇ ଥିବା ବିଶିଷ୍ଟ ବ୍ୟକ୍ତିମାନେ ଉପରୋକ୍ତ ମତ ପୋଷଣ କରିଛନ୍ତି ।
ମାହାଙ୍ଗା ବ୍ଲକ ମହକୁମା କୁଆଁପାଳଠାରେ ବୁଦ୍ଧିଜୀବ ନାଗରିକ ମଂଚ ମାହାଙ୍ଗା ପକ୍ଷରୁ ପୂର୍ବତନ ମନ୍ତ୍ରୀ ପ୍ରଜ୍ଞା ପୁୁରୁଷ ସେକ୍ ମତଲୁବ ଅଲୀଙ୍କ ବିୟୋଗରେ ଚଉଦତମ ଦିବସରେ ଆୟୋଜିତ ପ୍ରାର୍ଥନା ସଭାରେ ପ୍ରାକ୍ତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତଲୁବ ବାବୁ ଜଣେ ବିଚକ୍ଷଣ ରାଜନେତା ଓ ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ତାଙ୍କ ଅବଦାନ ସ୍ମରଣୀୟ । ଉକ୍ତ ସଭାରେ ଏ.ଆଇ.ସି.ସି. ସଭ୍ୟ ଶିଶିର କୁମାର ନାୟକ, ସାହିତ୍ୟିକ ଡକ୍ଟର ବିଜୟାନନ୍ଦ ସିଂ, କମ୍ରେଡ ଦିବାକର ବିଶ୍ୱାଳ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ,ପ୍ରଦେଶ କଂଗ୍ରେସ କମିଟି ପ୍ରାକ୍ତନ ସଂପାଦକ ପ୍ରଦୀପ୍ତ କୁମାର ଦାସ, ସେକ୍ ମାସୁଦ ଅଲୀ, ଆଡଭୋକେଟ ଦୀପକ ମହାନ୍ତି, ସାମ୍ବାଦିକ ଭକ୍ତ ଚରଣ ସାହୁ, ଜିଲ୍ଲାପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ, ସାମ୍ବାଦିକ ଅଖିଳେଶ ମହାନ୍ତି, ପୂର୍ବତନ ସରପଂଚ ଅଜୟ ନାୟକ, ଶିକ୍ଷାବିତ୍ ଅଭୟ ଚରଣ ପଣ୍ଡା, ନାଟ୍ୟକାର ମନୋଜ ପଣ୍ଡା, ସାମାଜିକ କର୍ମୀ ବସନ୍ତ କୁମାର ପଣ୍ଡା, କବି ପ୍ରଭାତ କର, ସାମ୍ବାଦିକ ବିଳାସ ଚନ୍ଦ୍ର ବାରିକ, ଅଧ୍ୟାପକ ଯତୀନ୍ଦ୍ର ରାଉତ, ସାମ୍ବାଦିକ ଏକାଦଶୀ ସେଠୀ, ସୁକାନ୍ତ ନନ୍ଦ, ସଂଗ୍ରାମ ସାମଲ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ଅଲ୍ଲୀଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।