ମୁକେଶ ଅମ୍ବାନୀଙ୍କ ବୈପ୍ଳବିକ ଉପହାର : ଆଣିଲେ ରିଲାଏନ୍ସର ‘ଜିଓ ଗ୍ଲାସ୍’ – ୭୫ ଗ୍ରାମର ଚଷମାରେ ୩ଡି ଗ୍ଲାସ୍, ୨୫ଟି ଆପ୍ର ସୁବିଧା
ମୁମ୍ବାଇ / ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୬/୦୭ : ବୁଧବାର ଆର୍ଆଇଏଲ୍ର ବାର୍ଷିକ ସାଧାରଣ ବୈଠକରେ ଈଶା ଅମ୍ବାନୀ ଏବଂ ଆକାଶ ଅମ୍ବାନୀ ଜିଓଗ୍ଲାସ ଲଞ୍ଚ କରିଛନ୍ତି। ଏହି ଡିଜିଟାଲ ଚଷମା ସାହାଯ୍ୟରେ ମିଟିଂ ସମୟରେ ବ୍ୟବହାରକାରୀ ଥ୍ରୀ ଡି ଭିଜୁଆଲ ସହ ଯୋଡ଼ି ହୋଇପାରିବେ। ଏହି ଚଷମା ସବୁ ପ୍ରକାର ଅଡିଓ ସପୋର୍ଟ କରିବ। କରୋନା ମହାମାରୀ ସମୟରେ ଅନଲାଇନ୍ ମିଟିଂ ଏବଂ କ୍ଲାସ କରିବା ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ଏକ ହାଇଟେକ୍ ଚଷମା ଲଞ୍ଚ କରାଯାଇଛି। ଜିଓର ଏହି ନୂଆ ଉତ୍ପାଦକୁ ଜିଓଗ୍ଲାସ୍ ନାମରେ ନାମିତ କରାଯାଇଛି। ଏହି ଚଷମାର ଓଜନ ହେଉଛି ମାତ୍ର ୭୫ ଗ୍ରାମ। ଏହା ସର୍ବଶ୍ରେଷ୍ଠ ରିୟଲିଟି ସେବା ପ୍ରଦାନ କରିବାକୁ ସକ୍ଷମ। କେବଳ ଗୋଟିଏ କେବୁଲରେ ସଂଯୁକ୍ତ ହେବା ସହ ଏଥିରେ ପ୍ରଥମରୁ ୨୫ଟି ଆପ୍ ରହିଛି। ଏହି ଚଷମା ମାଧ୍ୟମରେ ଅନଲାଇନ୍ ମିଟିଂ ଏବଂ କ୍ଲାସ ବାସ୍ତବ ମନେ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
ଜିଓ ଏହି ସ୍ମାର୍ଟଗ୍ଲାସର ଗ୍ରାଫିକ୍ସକୁ ଉନ୍ନତ କରିବା ସହ ବ୍ୟବହାରକାରୀଙ୍କୁ କିପରି ଉନ୍ନତମାନର ଭିଜୁଆଲ ଅଭିଜ୍ଞତା ମିଳିବ ତାହାକୁ ସୁନିଶ୍ଚିତ କରିଛି। ହାଇ ରିଜୋଲ୍ୟୁସନ ଡିସ୍ପ୍ଲେ ମିଳିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଜିଓଗ୍ଲାସ୍ ରିୟଲ ଭିଡିଓ ମିଟିଂ ଏବଂ ୩ଡି ଇଫେକ୍ଟ ପ୍ରଦାନ କରିବ। ଜିଓ ଗ୍ଲାସ ସାହାଯ୍ୟରେ ଲୋକମାନେ ନିଜ ଅଫିସରେ ହେଉଥିବା ଯେକୌଣସି ମିଟିଂରେ ସିଧାସଳଖ ସାମିଲ ହୋଇପାରିବେ। ଅଫିସରେ ଜିଓଗ୍ଲାସ୍ ବ୍ୟବହାରକାରୀ ଏକ ରୋବୋଟର ଥ୍ରୀଡି ଅବତାରରେ ନଜର ଆସିବେ। ଏହି ଚଷମାବ୍ୟବହାରକାରୀଙ୍କୁ ଲୋକମାନେ ସମ୍ପୂର୍ଣ୍ଣ ଭାବରେ ଦେଖିପାରିବେ ଏବଂ ଅନୁଭବ ମଧ୍ୟ କରିପାରିବେ। ପ୍ରେଜେଣ୍ଟେସନ ବ୍ୟତୀତ ଏହି ଚଷମା ସାହାଯ୍ୟରେ ଅନ୍ୟାନ୍ୟ କାମ ମଧ୍ୟ କରାଯାଇପାରିବ।
ଅନଲାଇନ୍ କ୍ଲାସରେ ମିଳିବ ବାସ୍ତବ ଅନୁଭୂତି । ଏହି ସ୍ମାର୍ଟ ଚଷମା ଜରିଆରେ ଅନଲାଇନ୍ କ୍ଲାସ କରାଯାଇପାରିବ। ପିଲା ଏବଂ ଶିକ୍ଷକମାନେ ଏହି ଚଷମାକୁ ବ୍ୟବହାର କରି ଏକ ଭର୍ଚୁଆଲ କ୍ଲାସ କରିପାରିବେ। ମହାମାରୀ ସମୟରେ ଅନଲାଇନ୍ କ୍ଲାସ ଆହୁରି ସହଜ ହୋଇଯିବ। ଏଥିସହ ପିଲା ଏବଂ ଶିକ୍ଷକ ଟେକ୍ନୋଲୋଜି ସାହାଯ୍ୟରେ ପରସ୍ପର ସହ ବାସ୍ତବରେ ସାକ୍ଷାତ କରିବା ପରି ଅନୁଭବ କରିବେ। ଜିଓଗ୍ଲାସ ଜରିଆରେ ନିଜ ଇଚ୍ଛା ଅନୁସାରେ ବିଭିନ୍ନ ସ୍ଥାନକୁ ଦେଖିହେବ। ଏଥିସହ ତୀର୍ଥସ୍ଥଳୀ ବିଷୟରେ ଗବେଷଣାଠାରୁ ଆରମ୍ଭ କରି ଭୌଗୋଳିକ ଜ୍ଞାନ ଆଦିକୁ ଅତି ସହଜରେ ବୁଝିହେବ । ଏଥିରେ ରହିଛି ହୋଲୋଗ୍ରାଫିକ୍ ଲେନ୍ସ ଯାହା କନଫରେନ୍ସ କଲ୍, ପ୍ରେଜେଣ୍ଟେକେୁ ସେୟାର କରିବା ଓ ଦେଖିବା ଏବଂ ଆଲୋଚନା କରିବାରେ ସହାୟକ ହେବ। ହୋଲୋଗ୍ରାଫିକ୍ କଲ୍ରେ ମଣିଷ ଥ୍ରିଡି ଅବତାରରେ ଆବିର୍ଭାବ ହୋଇପାରିବେ।
ଜିଓ ଗ୍ଲାସ୍ରେ ରହିଛି ପ୍ଲାଷ୍ଟିକ୍ ଫ୍ରେମ୍ ଓ ଏହାର ଦୁଇ ଲେନ୍ସ ମଝିରେ ଏକ କ୍ୟାମେରା ବ୍ୟବହାର କରାଯାଇଛି। ଚଷମା ଦୁଇ ଗୋଡ଼ରେ ଅଡିଓ, ସ୍ପିକର ଓ ବ୍ୟାଟେରି ରହିଛି। ଜିଓ ଗ୍ଲାସ୍ରେ ହାଇ ରିଜଲ୍ୟୁସନ୍ ଡିସ୍ପ୍ଲେ ରହିଥିବା ବେଳେ ଫୋନ୍ ସହ ଏହାକୁ ଯୋଡ଼ିବା ଲାଗି ଏକ କେବୁଲ୍ ମଧ୍ୟ ରହିଛି। ଅଡିଓ ବ୍ୟବସ୍ଥା ମଧ୍ୟ ଏଥିରେ ରହିଛି। କଂପାନିର ଭିଡିଓ କନଫରେନ୍ସିଂ ଆପ୍ ଜିଓ ମିଟ୍ ଓ ଜିଓ ଗ୍ଲାସ୍କୁ ମିଶାଇ ଶିକ୍ଷା ପ୍ରଯୁକ୍ତି କ୍ଷେତ୍ରରେ ରିଲାଏନ୍ସ ବଡ଼ ଧରଣର ପରିବର୍ତ୍ତନ ଆଣିବାକୁ ଯୋଜନା ରଖିଛି। ଭଚୁର୍ଆଲ୍ କ୍ଲାସେସ୍ କ୍ଷେତ୍ରରେ ଏହା ବିପ୍ଳବ ଆଣିପାରିବ। ଏହାର ମୂଲ୍ୟ କେତେ ଓ କେବେ ବଜାରକୁ ଆସିବ ତାହା କଂପାନି ଜଣାଇନାହିଁ।