ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୦୮ : ମହାମାରୀ କରୋନା ରଚି ଚାଲିଛି ତାଣ୍ଡବ, ସାରା ବିଶ୍ୱ କୁ ସ୍ତବଧ କରିଛି । ବୀରଦର୍ପରେ ମାଡି ଚାଲିଛି ଏହି ମହାମାରୀ।ସରକାରଙ୍କ କଟକଣା ହାର ମାନିଛି ତା ନିକଟରେ – ସତେକି ଗୋଟିଏ ସାହସୀ ଯୋଦ୍ଧା !! କରୋନା ପ୍ରକୋପରୁ ବାଦ ପଡିନି ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ସହର।
ଏହି ସବୁ ପରିସ୍ଥିତିକୁ ଦୁଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କେତେକ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା।ରାଜଗାଙ୍ଗପୁରରେ ୫୯୩ ଜଣଙ୍କ କରୋନା ପରୀକ୍ଷା କରାଯାଇଥିଲା। ସେଥିରୁ ୫୭ ଜଣ କରୋନା ପଜିଟିଭ ବାହାରିଛନ୍ତି। ସଂକ୍ରମଣ ନବ୍ୟାପିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଆକ୍ରାନ୍ତ ଚିହ୍ନଟ କରି ସେମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଦେବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଉଛି। କୋଭିଡ୍-୧୯ ମୁକାବିଲା ପାଇଁ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ବ୍ୟାପକ ପଦକ୍ଷେପ ନିଆଯାଉଛି। ଏଇ ପଜିଟିଭ ମଧ୍ୟରେ କରୋନା ଯୋଧ୍ୟା ମଧ୍ୟ ସାମିଲ ହୋଇଛନ୍ତି ତେଣୁ ସାରା ସହରରେ ଏବେ କୋକୁଆ ଭୟର ମାହୋଲ ।
ସଂକ୍ରମଣ କୁ ଲକ୍ଷ କରି ପ୍ରଶାସନ ପକ୍ଷରୁ ସହରକୁ ଦୁଇ ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି। ସରକାରଙ୍କ ଏଇ ପ୍ରତିକାର ମୂଳକ ପଦକ୍ଷେପକୁ ସମ୍ମାନ ଜଣାଇ ଜନସାଧାରଣ ନିଜକୁ ସୁରକ୍ଷିତ ରଖିବା ପାଇଁ ଘର ଭିତରେ ଅଛନ୍ତି, ନିରବୀ ଯାଇଛି ସାରା ସହର । ରାଜଗାଙ୍ଗପୁର ସହର ସାରା ପୋଲିସ ମାନଙ୍କ କଡା ସୁରକ୍ଷା ଦେଖିବାକୁ ମିଳିଛି, କିନ୍ତୁ କିଛି ଅମାନିଆ ଲୋକ ନିୟମକୁ ନ ମାନି ରାସ୍ତାରେ ବୁଲୁଥିବାର ନଜର ଆସିଛି।