ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ ଚିଫ ସୌମ୍ୟଜିତ ସ୍ୱାଇଁ),୧୪/୧୦ : ରାଜଗାଙ୍ଗପୁର, ଝଗରପୁରସ୍ଥ DISIR ନିକଟରେ ଆଜି ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଜି ସନ୍ଧ୍ୟା ପ୍ରାୟ ୭.୩୦ ଘଟିକା ସମୟରେ ଲିପଲୋଇ ପାନପଡାର ବାସିନ୍ଦା ବିଶ୍ଵଜିତ ତ୍ରିପାଠୀ ରାଉରକେଲାରୁ ଏକ ସ୍କୁଟି ( OD 14T 1948) ଯୋଗେ ରାଜଗାଙ୍ଗପୁର ଫେରୁଥିଲେ । ଗାଡିଟି ଭାରସାମ୍ୟ ହରାଇ ଡିଭାଇଡ଼ରରେ ପିଟି ହୋଇଯିବାରୁ ସେ ପଡି ଯାଇ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା ।
ଖବରପାଇ ରାଜଗାଙ୍ଗପୁର ଥାନା ଅଧିକାରୀ ଗୋକୁଳାନନ୍ଦ ସାହୁ ପହଁଚି ଶବଟିକୁ ଜବତ କରି ରାଜଗାଙ୍ଗପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି। ତାଙ୍କ ନିକଟରୁ ଏକ ବ୍ୟାଗ, ହାତ ଘଣ୍ଟା, ସ୍କୁଟି ମିଳିଛି। ଏହି ଖବର ପ୍ରଚାର ହେବା କ୍ଷଣି ସମଗ୍ର ସହରରେ ଶୋକର ଛାୟା ଖେଳି ଯାଇଛି।